Odisha Link
Bridging the Missing Links in Odisha

ଚର୍ଚ୍ଚାରେ ଅର୍ଚ୍ଚନା ନାଗଙ୍କ ଡାଏରୀ, ଖୋଲିବ କି ଗୁମର?

ଓଏଲ୍‌ ବ୍ୟୁରୋ: ବ୍ଲାକମେଲ୍‌ କୁଇନ୍‌ ଅର୍ଚ୍ଚନା ନାଗ ମାମଲାର ତଦନ୍ତ କରୁଛି ଇଡି। ବର୍ତ୍ତମାନ ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ଗିରଫ କରି ଇଡି ଅଧିକ ତଦନ୍ତ କରୁଛି। ଏସବୁ ମଧ୍ୟରେ ଅର୍ଚ୍ଚନା ନାଗଙ୍କ ଡାଏରୀକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। କାରଣ ଅର୍ଚ୍ଚନାଙ୍କ ଗିରଫ ପରେ ତାଙ୍କ ଘରୁ ଦୁଇଟି ଡାଏରୀ ଜବତ କରିଥିଲା ପୋଲିସ। ଏହି ଡାଏରୀରେ ବହୁତ କିଛି ଲେଖା ହୋଇଥିବା ବେଳେ ଏହା ଅର୍ଚ୍ଚନା ଲେଖିଛନ୍ତି ନା ଆଉ କିଏ ଜାଣିବା ପାଇଁ ଅର୍ଚ୍ଚନାଙ୍କ ହସ୍ତାକ୍ଷର ସଂଗ୍ରହ କରିିଛି ପୋଲିସ।

ଜବତ ହୋଇଥିବା ଡାଏରୀ ଅର୍ଚ୍ଚନାଙ୍କର କି ନୁହେଁ ସେ ନେଇ ହସ୍ତାକ୍ଷର ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି କହିଛନ୍ତି ଖଣ୍ଡଗିରି ଥାନାଧିକାରୀ। ଯଦି ହସ୍ତାକ୍ଷରଟି ଅର୍ଚ୍ଚନାଙ୍କର ହୋଇଥାଏ ତେବେ ବହୁ ବଡ଼ବଡ଼ିଆଙ୍କ ଗୁମର ଖୋଲିପାରେ ବୋଲି ଚର୍ଚ୍ଚା ହେଉଛି । ମିଳିଥିବା ସୂଚନା ମୁତାବିକ, ଜବତ ହୋଇଥିବା ଡାଏରୀରେ ବହୁ ବଡ଼ବଡ଼ିଆଙ୍କ ମୋବାଇଲ ନମ୍ବର ରହିଛି। ଏପରିକି କିଛି ପାସଓ୍ବାର୍ଡ ମଧ୍ୟ ଲେଖି ରଖୁଥିଲେ ଅର୍ଚ୍ଚନା।

Leave A Reply

Your email address will not be published.