Odisha Link
Bridging the Missing Links in Odisha

ଶ୍ରୀଲଙ୍କା ବିପକ୍ଷ ସିରିଜରୁ ଧାଓ୍ବନ-ପନ୍ତ ବାଦ, ୨ ନୂଆ ଚେହେରା ସାମିଲ

ଓଏଲ୍‌ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ଆଗାମୀ ଟ୍ବେଣ୍ଟି-୨୦ ଓ ଦିନିକିଆ ଶୃଙ୍ଖଳା ଲାଗି ମଙ୍ଗଳବାର ଭାରତୀୟ ଦଳ ଘୋଷଣା ହୋଇଛି। ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ରେ ଦଳର କମାଣ ସମ୍ଭାଳିବେ ରୋହିତ ଶର୍ମା। ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଡେପୁଟି ଭାବେ ନିଯୁକ୍ତି ପାଇଛନ୍ତି। ସେହିପରି ଟି-୨୦ ସିରିଜରେ ଦଳର ନେତୃତ୍ବ ନେବେ ହାର୍ଦ୍ଦିକ ପାଣ୍ଡ୍ୟା। ଆଉ ତାଙ୍କ ଡେପୁଟି ଭାବେ ପ୍ରଥମଥର ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ଦାୟିତ୍ବ ଦେଇଛି ଦଳ ।

ଆହତ ଯୋଗୁ ଦୀର୍ଘ ଦିନରୁ ଟିମ ଇଣ୍ଡିଆରୁ ବାଦ ପଡ଼ିଥିବା ରବୀନ୍ଦ୍ର ଜାଡେଜା କିମ୍ବା ଯଶପ୍ରୀତ ବୁମ୍ରାଙ୍କ କମବ୍ୟାକ ହୋଇନି। ଟି-୨୦ରେ ନୂଆ ମୁହଁ ଭାବେ ଦ୍ରୁତ ବୋଲର ଶିବମ ମାଭି ଓ ମୁକେଶ କୁମାରଙ୍କୁ ସୁଯୋଗ ମିଳିଛି। ସେହିପରି ବାମହାତୀ ବ୍ୟାଟସମ୍ୟାନ୍‌ ଶିଖର ଧାଓ୍ବନ ଓ ଋଷଭ ପନ୍ତଙ୍କୁ ଶ୍ରୀଲଙ୍କା ବିପକ୍ଷ ସିରିଜରେ ସ୍ଥାନ ମିଳିନାହିଁ ।

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଦଳ: ରୋହିତ ଶର୍ମା(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା(ଉପ ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟ କୁମାର ଯାଦବ, କେଏଲ ରାହୁଲ(ୱିକେଟ କିପର), ଈଶାନ କିଶନ(ୱିକେଟ କିପର), ୱାଶିଂଟନ ସୁନ୍ଦର, ୟୁଜି ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ ଓ ଅର୍ଶଦୀପ ସିଂହ।

ଶ୍ରୀଲଙ୍କା ବିପକ୍ଷ ଟି-୨୦ ଦଳ: ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ), ସୂର୍ଯ୍ୟ କୁମାର ଯାଦବ(ଉପ ଅଧିନାୟକ) ଈଶାନ କିଶନ(ୱିକେଟ କିପର), ଋତୁରାଜ ଗାଏକ୍ୱାଡ, ଶୁବମନ ଗିଲ, ଦୀପକ ହୁଡ୍ଡା, ରାହୁଲ ତ୍ରିପାଠୀ, ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ୟୁଜି ଚହଲ, ଅକ୍ଷର ପଟେଲ, ଉମ୍ରାନ ମଲିକ, ଅର୍ଶଦୀପ ସିଂହ, ହର୍ଷଲ ପଟେଲ, ମୁକେଶ କୁମାର ଓ ଶିବମ ମାଭି।

Leave A Reply

Your email address will not be published.