Odisha Link
Bridging the Missing Links in Odisha

ଜେଲ୍‌ ଗଲା ଗୋପାଳ, ସାମ୍ନାକୁ ଆସୁଛି ହତ୍ୟାର କାରଣ..

କଡା ସୁରକ୍ଷାରେ ଗୋପାଳ ଦାସଙ୍କୁ କୋର୍ଟରେ ହାଜର କରାଯାଇଥିବାବେଳେ ଝାରସୁଗୁଡା ଉପକାରାଗାରକୁ ଗୋପାଳକୁ ନେଲା କ୍ରାଇମବ୍ରାଞ୍ଚ

ଓଏଲ୍‌ ବ୍ୟୁରୋ : ଜେଲ୍‌ ଗଲା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋପାଳ। ଜେଏସଏଫସି କୋର୍ଟରେ ହାଜର ପରେ ଜେଲ ଗଲେ ଗୋପାଳ। ଆଜି ଅଭିଯୁକ୍ତ ଗୋପାଳର ରିମାଣ୍ଡ ଅବଧିର ଶେଷ ଦିନ ଥିବାବେଳେ ଆଉ ଥରେ ରିମାଣ୍ଡରେ ନେବାକୁ ଆବେଦନ କଲାନି କ୍ରାଇମବ୍ରାଞ୍ଚ। କଡା ସୁରକ୍ଷାରେ ଗୋପାଳ ଦାସଙ୍କୁ କୋର୍ଟରେ ହାଜର କରାଯାଇଥିବାବେଳେ ଝାରସୁଗୁଡା ଉପକାରାଗାରକୁ ଗୋପାଳକୁ ନେଲା କ୍ରାଇମବ୍ରାଞ୍ଚ।

ସୂଚନା ମୁତାବକ, ଗୁଜୁରାଟରୁ ଆସିବା ପରେ ଅଭିଯୁକ୍ତ ଗୋପାଳକୁ କୋର୍ଟରେ ହାଜର କରିଥିଲା କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ଗୋପାଳର ପଲିଗ୍ରାଫ୍ ଏବଂ ନାର୍କୋ ଟେଷ୍ଟ ହେବାକୁ ଥିବାବେଳେ ଗୁଜୁରାଟ ଗାନ୍ଧୀନଗରରେ ପଲିଗ୍ରାଫ୍ ଟେଷ୍ଟ ଓ ନାର୍କୋ ଟେଷ୍ଟ ଶେଷ ହୋଇଥିଲା। ଏହି ଟେଷ୍ଟର ରିପୋର୍ଟ ଆସିବା ପରେ ହତ୍ୟା ପଛର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି। ତେବେ ଟେଷ୍ଟ ସରିବା ପରେ ଗୋପାଳକୁ ଗତକାଲି ବିଳମ୍ବିତ ରାତିରେ ଗୋପାଳକୁ ଗୁଜୁରାଟରୁ ଓଡିଶାକୁ ଅଣାଯାଇ ଆଜି କୋର୍ଟରେ ହାଜର କରାଯାଇଥିଲା।

ସୂଚନା ଅନୁସାରେ, ଗତ ୨୯ରେ ବ୍ରଜରାଜନଗର ଗାନ୍ଧି ଛକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଦିନ ଦିବାଲୋକରେ ଏବଂ ଲୋକଲୋଚନାରେ ଗୁଳି କରିଥିଲେ ପୁଲିସ କର୍ମଚାରୀ ଗୋପାଳ। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଜଣେ ପୁଲିସ ଅଧିକାରୀ ମାରିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.