Odisha Link
Bridging the Missing Links in Odisha

ଗଞ୍ଜେଇ ସହିତ ମିଳିଲା ବୋମା

ଘଟଣାସ୍ଥଳରେ ବମ ସ୍କ୍ବାଡ୍ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିବାକୁ ଉଦ୍ୟମ କରୁଛି

ଓଏଲ୍‌ ବ୍ୟୁରୋ : ଅନେକ ଥର ବେଆଇନ ଗଞ୍ଜେଇ ଚାଲାଣକୁ ନେଇ ପୁଲିସ ଚଢ଼ାଉ କରିଥିବା ଜଣା ପଡୁଥିଲା। ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବା ସହ ଅନେକ ଥର ଗଞ୍ଜେଇ ଜବତ ମଧ୍ୟ ହେଉଥିଲା। ହେଲେ ଏଥର ଚଢ଼ାଉ ବେଳେ ଗଞ୍ଜେଇ ସହ ଗାଡ଼ିରୁ ବୋମା ମିଳିଥିବା ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁସାରେ, ଗତକାଲି ରାତିରେ ଠେଲକୁଲି ପୁଲିସ ସମ୍ବଲପୁର-ଝାରସୁଗୁଡ଼ା ରାସ୍ତାର ଖିଣ୍ଡା ଛକ ନିକଟରେ ପାଟ୍ରୋଲିଂ କରୁଥିଲା। ପୁଲିସ ଯାଞ୍ଚ କରିବା ସମୟରେ ଏକ କାର୍ ସେହି ରାସ୍ତା ଦେଇ ଯାଉଥିଲା। ହେଲେ ପୁଲିସ୍‌କୁ ଦେଖି ଡ୍ରାଇଭର କିଛି ଦୂରରେ ଗାଡ଼ି ରଖି ନିକଟସ୍ଥ ଜଙ୍ଗଲକୁ ଦୌଡ଼ି ପଳାଇଥିଲେ। ପରେ କାରରୁ ଗଞ୍ଜେଇ ସହିତ ବୋମା ଠାବ ହୋଇଥିବା ଜଣା ପଡିଛି। ଘଟଣାସ୍ଥଳରୁ କାର୍ ଡ୍ରାଇଭର ଫେରାର ହୋଇଯାଇଛି।

ଘଟଣାସ୍ଥଳରେ ବମ ସ୍କ୍ବାଡ୍ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିବାକୁ ଉଦ୍ୟମ କରୁଛି। ତେବେ ଗାଡ଼ିଟି କେଉଁଠାରୁ କେଉଁଠିକୁ ଯାଉଥିଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନଥିବାବେଳେ ଘଟଣା ସ୍ଥଳରେ ସନ୍ଧାନୀ କୁକୁର ସନ୍ଧାନରେ ନିୟୋଜିତ କରାଯାଇଥିବା ଜଣା ପଡିଛି। ତେବେ ଘଟଣା ସ୍ଥଳରେ ପୁଲିସ ତଦନ୍ତ ଜାରି କରିଛି।

Leave A Reply

Your email address will not be published.