Odisha Link
Bridging the Missing Links in Odisha

ଉଦଘାଟିତ ହେଲା ଧରଣୀଧର ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେଲା ଧରଣୀଧର ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲ।

ଓଏଲ୍‌ ବ୍ୟୁରୋ : ଆଜି କେନ୍ଦୁଝରରେ ସମୃଦ୍ଧ ସ୍ବାସ୍ଥ୍ୟସେବା ପାଇଁ ଲୋକାର୍ପଣ ହୋଇଛି ମେଡିକାଲ୍ କଲେଜ ଓ ହସ୍ପିଟାଲ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେଲା ଧରଣୀଧର ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲ। ୩୮୧ କୋଟି ଟଙ୍କାରେ ନିର୍ମିତ ହୋଇଛି ମେଡିକାଲ କଲେଜ। ୨୫୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝର ବାସୀଙ୍କୁ ୪,୭୦୩ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ।

ନିର୍ମିତ ହୋଇଥିବା ମେଡ଼ିକାଲ୍ କଲେଜରେ ପ୍ରଥମ ବର୍ଷରେ ୧୦୦ଟି ଏମବିବିଏସ ସିଟରେ ଆଡମିଶନ ହୋଇଛି । ୨୦୧୬ରେ ଧରଣୀ ଧର ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ। ଖୁବଶୀଘ୍ର ସମସ୍ତ ବିଭାଗ କାର୍ଯ୍ୟକ୍ଷମ ହେବା ସହିତ, ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ଜନସାଧାରଣଙ୍କୁ ମିଳିପାରିବ ଉନ୍ନତମାନର ସ୍ବାସ୍ଥ୍ୟସେବା। ମେଡିକାଲ କଲେଜ ଉଦଘାଟନ ପରେ ଏସ ୪ ହଜାର ୭ ଶହ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି କେନ୍ଦୁଝର ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଛି।

Leave A Reply

Your email address will not be published.