Odisha Link
Bridging the Missing Links in Odisha

ଆସନ୍ତାକାଲିଠାରୁ ବିଜେଡିର ଆନ୍ଦୋଳନ

ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଜରିଆରେ ସ୍ମାରକପତ୍ର ଦେବ ବିଜେଡି

ଓଏଲ୍‌ ବ୍ୟୁରୋ : କେନ୍ଦ୍ରୀୟ ବଜେଟକୁ ନେଇ ପ୍ରେସମିଟ ମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। କେନ୍ଦ୍ରର ଧାନ କିଣା ନୀତି ପାଇଁ ଓଡ଼ିଶା ତଥା ପଶ୍ଚିମ ଓଡ଼ିଶାର ଚାଷୀ ବହୁତ କ୍ଷତିଗ୍ରସ୍ତ ହେବେ ବୋଲି ସେ କହିଛନ୍ତି। ଯେଉଁଭଳି ବଜେଟ କରାଯାଇଛି, ତାହା ଫଳରେ ଓଡ଼ିଶା କ୍ଷତିଗ୍ରସ୍ତ ହେବ। ୨୦ ହଜାର କୋଟି ଟଙ୍କା କମ କରାଯାଇଛି। କରୋନା ଯନ୍ତ୍ରଣାରୁ ମେରୁଦଣ୍ଡ ଭାଙ୍ଗିପଡିଥିବାବେଳେ ସେଥିରେ ଉଦ୍ଧାର ନ ପାଇଥିବାବେଳେ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ନୀତିରେ ୫ କେଜି ମାଗଣା ଚାଉଳକୁ କମାଇ ଦେଇଛନ୍ତି କେନ୍ଦ୍ର ସରକାର।

ବର୍ତ୍ତମାନ ୫ କେଜି ଚାଉଳ କାଟି ଦେବା ଫଳରେ ଓଡିଶାରେ ୩ କୋଟି ୨୫ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହେବେ। ପୂର୍ବରୁ କେନ୍ଦ୍ର ୧୮ ଲକ୍ଷ ମେଟ୍ରିକ ଟନ୍ ଧାନ ଉଠାଉଥିବାବେଳେ ବର୍ତ୍ତମାନ ଉସୁନା ଚାଉଳ ଉଠାଇବା ବରାଦକୁ ୧୪ ଲକ୍ଷ ମେଟ୍ରିକ ଟନକୁ କମାଇ ଦିଆଯାଇଛି। କେବଳ ୪ ଲକ୍ଷ ମେଟ୍ରିକ ଟନ ବରଗଡ଼ ଜିଲ୍ଲାରେ ଉତ୍ପାଦନ କରାଯାଉଛି। ଯାହା ଫଳରେ ଓଡ଼ିଶା ବ୍ୟାପକ କ୍ଷତିଗ୍ରସ୍ତ ହେବ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ବର୍ତ୍ତମାନ ପର୍ଯ୍ୟନ୍ତ ବକେୟା ୧୪ ହଜାର କୋଟି ଟଙ୍କା କେନ୍ଦ୍ର ଦେଉନି। କେନ୍ଦ୍ର ଅନ୍ୟାୟ ବିରୋଧରେ ଗଣ ଆନ୍ଦୋଳନ କରିବୁ। ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଜରିଆରେ ସ୍ମାରକପତ୍ର ଦେବ ବିଜେଡି।

ଆସନ୍ତା ୧୪ ତାରିଖ ଦିନ ପୂର୍ବାହ୍ନରେ ବିଜେଡି ଦ୍ୱାରା ରାଜଭବନ ସମ୍ମୁଖରେ ଆନ୍ଦୋଳନ ହେବ ଏବଂ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ଦିଆଯିବ। ୧୫ ତାରିଖରେ ଓଡ଼ିଶାର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ଚାଷୀ ଯୋଗଦେଇ ଆନ୍ଦୋଳନ କରିବେ। ସେହିପରି ୧୬ ତାରିଖରେ ସମସ୍ତ ବ୍ଲକ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ।

Leave A Reply

Your email address will not be published.