Odisha Link
Bridging the Missing Links in Odisha

ବିଏମ୍‌ସି କାର୍ଯ୍ୟାଳୟର ନୂଆ ଠିକଣା

ଓଏଲ୍‌ ବ୍ୟୁରୋ: ବଦଳିଲା ଭୁବନେଶ୍ବର ମହାନଗର ନିଗମ (ବିଏମସି) କାର୍ଯ୍ୟାଳୟର ଠିକଣା । ସତ୍ୟନଗର ସ୍ଥିତ ଆଇସିଏମଓସି ୧୨ ମହଲା ବିଶିଷ୍ଟ କୋଠାକୁ ସ୍ଥାନାନ୍ତର ହେଲା ବିଏମସି କାର୍ଯ୍ୟାଳୟ। ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଇସିଏମଓସି କୋଠା ସମ୍ପର୍କିତ ଭିଡିଓ ସ୍କ୍ରିନିଂ ପରେ ବିଏମସି ପକ୍ଷରୁ ପ୍ରସ୍ତୁତ ସଫା ଆପକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ପରେ ସେଠାରେ ଇଣ୍ଟିଗ୍ରାଲ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ହଲ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

କଳ୍ପନା ଛକରୁ ସତ୍ୟନଗର ସ୍ଥିତ ଏହି ୧୨ମହଲା ବିଶିଷ୍ଟ କୋଠାକୁ ବିଏମ୍‌‌ସି କାର୍ଯ୍ୟାଳୟ ସ୍ଥାନାନ୍ତର ହେବ । ପୂର୍ବରୁ ଏହି କୋଠାରେ ଡେଲଏଟ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ କାର୍ଯ୍ୟାଳୟ ଖୋଲିସାରିଥିବା ବେଳେ ସ୍ମାର୍ଟସିଟି କାର୍ଯ୍ୟାଳୟ ମଧ୍ୟ ସ୍ଥାନାନ୍ତରିତ ହୋଇସାରିଛି ।

Leave A Reply

Your email address will not be published.