Odisha Link
Bridging the Missing Links in Odisha

ବିଧାନସଭାରେ ଅଚଳାବସ୍ଥା ; କାଲି ଦିନ ସାଢ଼େ ୧୦ଟା ଯାଏଁ ଗୃହ ମୁଲତବି

ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନ ଥିବାବେଳେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳରେ କମ୍ପିଥିଲା ବିଧାନସଭା

ଓଏଲ୍‌ ବ୍ୟୁରୋ : କାଲିଠାରୁ ଆରମ୍ଭ ହୋଇଯାଇଛି ରାଜ୍ୟ ବିଧାନସଭା ବଜେଟ ଅଧିବେଶନ। ରାଜ୍ୟପାଳଙ୍କ ଅଭିଭାଷଣରୁ ବିଧାନସଭା ଆରମ୍ଭ ହୋଇଥିବାବେଳେ ପ୍ରାରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନ ଥିବାବେଳେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳରେ କମ୍ପିଥିଲା ବିଧାନସଭା। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ କାଲି ଦିନ ସାଢ଼େ ୧୦ଟା ଯାଏଁ ଗୃହ ମୁଲତବି ରଖିଲେ ବାଚସ୍ପତି।

ସୂଚନା ଅନୁସାରେ, ଆଜି ବିଧାନସଭା ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ହଟ୍ଟଗୋଳ କାରଣରୁ ପ୍ରଥମେ ଦିନ ୧୧ଟା ୩୦ ଯାଏଁ ଗୃହ କାର୍ଯ୍ୟ ମୁଲତବି ରଖାଯାଇଥିଲା। ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ବିଧାନସଭାରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ବିବୃତି ରଖିଥିଲେ। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ପାଇଁ ବିଧାନସଭା ଅପରାହ୍ନ ୪ଟା ଯାଏ ଗୃହ କାର୍ଯ୍ୟ ମୁଲତବି କରିଥିଲେ ବାଚସ୍ପତି। ଗୃହରେ ଅଚଳାବସ୍ଥା ଦେଖି ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି। ହେଲେ ଗୃହ କାର୍ଯ୍ୟ ସୁରୁଖୁରୁରେ ନହେବାରୁ କାଲି ଦିନ ସାଢ଼େ ୧୦ଟା ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି।

ବିଧାନସଭାରେ ବିଜେପି ଓ କଂଗ୍ରେସ ନବ ଦାସ ହତ୍ୟା ଏବଂ ଆଇନଶୃଙ୍ଖଳା ପ୍ରସଙ୍ଗ ଉଠାଇଥିଲେ। ଶାସକ ବିଜେଡି ସଦସ୍ୟ କେନ୍ଦ୍ରର କୃଷି ମାରଣ ନୀତି ଉଠାଇଥିଲେ। ପୋଷ୍ଟର ଓ ବ୍ୟାନର ଦେଖାଇ ଶାସକ ଏବଂ ବିରୋଧୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.