Odisha Link
Bridging the Missing Links in Odisha

ଏଣିକି ନିର୍ବାଚନ କମିଶନରଙ୍କୁ ନିଯୁକ୍ତ କରିପାରିବେନି ସରକାର

ଓଏଲ୍‌ ବ୍ୟୁରୋ: ନିର୍ବାଚନ ଆୟୋଗ ନିଯୁକ୍ତି ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ଆଜି ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଏଣିକି ପ୍ରଧାନମନ୍ତ୍ରୀ, ଲୋକସଭାର ବିରୋଧୀଦଳର ନେତା ଓ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ କମିଟିର ପରାମର୍ଶ କ୍ରମେ ନିର୍ବାଚନ କମିସନର ସମସ୍ତ ସଦସ୍ୟ ନିଯୁକ୍ତ ହେବେ। ସମଗ୍ର ନିର୍ବାଚନକୁ ​​ତଦାରଖ କରୁଥିବା ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ଦୁଇ ନିର୍ବାଚନ କମିଶନର ହିଁ ବିରୋଧୀ ପକ୍ଷ ଏବଂ ନ୍ୟାୟପାଳିକାକୁ ନେଇ ଗଠିତ କମିଟିର ପରାମର୍ଶରେ ହିଁ ନଯୁକ୍ତି ହେବେ।

ଜଷ୍ଟିସ କେଏମ ଜୋସେଫଙ୍କ ଦ୍ୱାରା ଗଠିତ ୫ ଜଣିଆ ସାମ୍ବିଧାନିକ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲେ। ଏହି ଖଣ୍ଡପୀଠରେ ଜଷ୍ଟିସ ଅଜୟ ରାସ୍ତୋଗୀ, ଜଷ୍ଟିସ ଅନିରୁଦ୍ଧ ବୋଷ, ଜଷ୍ଟିସ ହୃଷିକେଶ ରୟ ଏବଂ ଜଷ୍ଟିସ ସିଟି ରବିକୁମାର ପ୍ରମୁଖ ଅଛନ୍ତି। ରହିଛନ୍ତି। ଏହି ସାମ୍ବିଧାନିକ ବେଞ୍ଚ କହିଛନ୍ତି ଯେ, ନିର୍ବାଚନ ଅବାଧ ଓ ନିରପେକ୍ଷ ହେବା ଉଚିତ। ଏହାର ଶୁଦ୍ଧତା ବଜାୟ ରଖିବା ହିଁ ଭାରତ ନିର୍ବାଚନ ଆୟୋଗଙ୍କର ମୁଖ୍ୟ ଦାୟିତ୍ୱ। ନଚେତ୍ ଗଣତନ୍ତ୍ରରେ ବିପର୍ଯ୍ୟସ୍ତ ପରିଣାମ ଭୋଗିବାକୁ ପଡ଼ିପାରେ।

ସୁପ୍ରିମକୋର୍ଟ ସର୍ବସମ୍ମତ ନିଷ୍ପତ୍ତି ନିର୍ବାଚନ ପ୍ରକ୍ରିୟାରେ ନିରପେକ୍ଷତା ସୁନିଶ୍ଚିନ୍ତ କରିବା ଉପରେ ଜୋର ଦେଇ କହିଛନ୍ତି କି ଲୋକତନ୍ତ୍ର ଲୋକଙ୍କ ଇଚ୍ଛା ସହିତ ଜଡିତ। କୋର୍ଟ କହିଛନ୍ତି କି, ନିର୍ବାଚନ ଆୟୁକ୍ତ ଓ ମୁଖ୍ୟ ନିର୍ବାଚନ ଆୟୁକ୍ତ ନିଯୁକ୍ତି ପ୍ରଧାନମନ୍ତ୍ରୀ, ଲୋକସଭାର ବିରୋଧୀଦଳ ନେତା ଓ ପ୍ରଧାନ ବିଚାରପତିଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତିଙ୍କ ଦ୍ୱାରା କରାଯିବ।

Leave A Reply

Your email address will not be published.