Odisha Link
Bridging the Missing Links in Odisha

କୋରାପୁଟରେ ଭୂମିକମ୍ପ

ଓଏଲ୍‌ ବ୍ୟୁରୋ: ଆଜି ଭୋର ୫ଟାରେ କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ମୃଦୁ ଭୂମିକମ୍ପ ଅନୁଭୂତ। ରିକ୍ଟର ସ୍କେଲରେ ଏହାର ତ୍ରୀବତା ୩.୮ ରେକର୍ଡ କରାଯାଇଛି।ଫଳରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ।

ସୂଚନାମୁତାବିକ, ଆଜି ଭୋର ୫ଟା ୫ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଛତିଶଗଡ ଜଗଦଲପୁରଠାରୁ ୧୨୯ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସ୍ପଷ୍ଟ କରାଯାଇଛି।

କୋରାପୁଟ ଜିଲ୍ଲାର ନାରାୟଣପାଟଣା ବନ୍ଧୁଗାଁ, ଲକ୍ଷ୍ମୀପୁର, କୋରାପୁଟର ବହୁ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି।ସକାଳୁ ସକାଳୁ ଭୂମିକମ୍ପ ଅନୁଭୂତ ହେବାରୁ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ତେବେ ଭୂମିକମ୍ପରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

Leave A Reply

Your email address will not be published.