Odisha Link
Bridging the Missing Links in Odisha

ଅପରାହ୍ନରେ ସ୍ୱର୍ଗଦ୍ୱାରରେ ହେବ ଅଭିନେତା ପିଣ୍ଟୁ ନନ୍ଦଙ୍କ ଶେଷକୃତ୍ୟ

ଓଏଲ୍‌ ବ୍ୟୁରୋ: ଆଉ ନାହାନ୍ତି ଓଡ଼ିଆ ମନୋରଞ୍ଜନ ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ। ଗତକାଲି ତାଙ୍କ ମରଶରୀର ହାଇଦ୍ରାବାଦରୁ ଭୁବନେଶ୍ବର ଅଣାଯାଇଥିବା ବେଳେ କିମ୍ସ ହସ୍ପିଟାଲର ଶବଗୃହରେ ରଖାଯାଇଛି। ଆଜି ପିଣ୍ଟୁ ନନ୍ଦଙ୍କ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ କରାଯିବ।

ସୂଚନା ମୁତାବକ,ଆଜି ଭୁବନେଶ୍ୱର ସ୍ଥିତ ବାସଭବନରେ ମରଶରୀର ଶେଷଦର୍ଶନ ପାଇଁ ରହିବ। ଅପରାହ୍ନରେ ପୁରୀ ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ।ବୁଧବାର ରାତିରେ ହାଇଦ୍ରାବାଦର ଏକ ଘରୋଇ ହସପିଟାଲରେ ପିଣ୍ଟୁ ନନ୍ଦଙ୍କ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଥିଲା।

ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁ ନନ୍ଦଙ୍କ ମୃତ୍ୟୁ ହୋଇଥିଲା। ଲିଭର ସିରୋସିସରେ ଆକ୍ରାନ୍ତ ଥିବା ପିଣ୍ଟୁଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ କରିବା ଅତି ଜରୁରୀ ଥିଲା। ଏଥିପାଇଁ ତାଙ୍କୁ ପ୍ରଥମେ ଦିଲ୍ଲୀ ଏବଂ ପରେ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା। ତେବେ ୧୭ ଦିନର ଅପେକ୍ଷା ପରେ ଏବଂ ସହାୟତା ପାଇଁ ନିବେଦନ ସତ୍ତ୍ୱେ କେହି ଡୋନର୍ ନମିଳିବାରୁ ଆଖି ବୁଜିଦେଇଥିଲେ ପିଣ୍ଟୁ ନନ୍ଦ।

Leave A Reply

Your email address will not be published.