Odisha Link
Bridging the Missing Links in Odisha

ଇନ୍ଦୋର ବିଜୟ ସହ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲରେ ଅଷ୍ଟ୍ରେଲିଆ

ଓଏଲ୍‌ ବ୍ୟୁରୋ: ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳର ଦମଦାର ବିଜୟ। ଭାରତକୁ ତୃତୀୟ ଟେଷ୍ଟରେ ୯ ଓ୍ବିକେଟରେ ମାତ୍‌ ଦେଇ ସିରିଜକୁ କମ୍‌ବ୍ୟାକ୍‌ କରିଛି ଅଷ୍ଟ୍ରେଲିଆ। ପ୍ରଥମ ଦୁଇଟି ମ୍ୟାଚରେ ଭାରତ ଜିତିଥିବା ବେଳେ ତୃତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ଜିତିଛି। ୭୬ ରନର ବିଜୟ ଲକ୍ଷକୁ ଅଷ୍ଟ୍ରେଲିଆ ମାତ୍ର ଗୋଟିଏ ହରାଇ ହାସଲ କରିନେଇଛି। ସବୁଠୁ ବଡ଼କଥା ହେଲା ଏହି ବିଜୟ ସହ ଅଷ୍ଟ୍ରେଲିଆ ଦଳ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲରେ ପ୍ରବେଶ କରିଛି।

Leave A Reply

Your email address will not be published.