Odisha Link
Bridging the Missing Links in Odisha

ବିଗ୍‌-ବି ଅମିତାଭ ବଚ୍ଚନ ଆହତ

ଓଏଲ୍‌ ବ୍ୟୁରୋ: ଭାରତୀୟ ସିନେମା ଜଗତର ମେଗାଷ୍ଟାର ବିଗ୍‌-ବି ଅମିତାଭ ବଚ୍ଚନ ଗୁରୁତର ଆହତ। ହାଇଦ୍ରାବାଦରେ ସୁଟିଂ ଚାଲିଥିବା ସମୟରେ ବିଗ୍‌ ବି ଆହତ ହୋଇଥିବା ସୂଚନା ରହିଛି। ହାଇଦ୍ରାବାଦରେ ‘ପ୍ରୋଜେକ୍ଟ କେ’ ଫିଲ୍ମର ସୁଟିଂ ଚାଲିଥିଲା। ଏକ ଆକ୍ସନ ସିନ୍‌ ସୁଟ୍‌ ବେଳେ ବିଗ୍‌-ବିଙ୍କ ପିଞ୍ଜରା ହାଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି। ସୁଟିଂ ବନ୍ଦ କରି ହାଇଦ୍ରାବାଦରୁ ବିଗ୍-ବି ମୁମ୍ବାଇ ଫେରିଥିବା ଜଣାପଡିଛି ।

ସଦ୍ୟତମ ରିପୋର୍ଟ ଅନୁଯାୟୀ, ହାଇଦ୍ରାବାଦରେ ପ୍ରୋଜେକ୍ଟ କେ ଶୁଟିଂ ସମୟରେ ଅମିତାଭ ବଚ୍ଚନ ଆକ୍ସନ ସୁଟ କରିବା ସମୟରେ ଆହତ ହୋଇଛନ୍ତି। ତାଙ୍କର ପିଞ୍ଜରା ହାଡ଼ର ଆଘାତ ଲାଗିଛି। ଛାତିର ଏହା ପରେ ଫିଲ୍ମର ଶୁଟିଂ ବାତିଲ କରାଯାଇଛି। ଶୁଟିଂ ସେଟର ସଦସ୍ୟମାନେ ତାଙ୍କୁ ହାଇଦ୍ରାବାଦର ଏଆଇଜି ହସ୍ପିଟାଲକୁ ନେଇଥିଲେ। ଡାକ୍ତରଙ୍କ ସହିତ ପରାମର୍ଶ କରାଯାଇ ବିଗ ବିଙ୍କର ସିଟି ସ୍କାନ କରାଯାଇଛି। ବର୍ତ୍ତମାନ ସେ ଘରକୁ ଫେରିଛନ୍ତି ।