Odisha Link
Bridging the Missing Links in Odisha

ହୋଲିରେ ରାସାୟନିକ ରଙ୍ଗ ବିକିଲେ ଫସିବେ

ଓଏଲ୍‌ ବ୍ୟୁରୋ: ଆଉ ଦିନକ ପରେ ରଙ୍ଗର ପର୍ବ ହୋଲି। ଏଥିପାଇଁ ଗାଁଠୁ ସହର ଉତ୍ସବମୁଖର। ହୋଲିର ପର୍ବକୁ ଆଖି ଆଗରେ ରଖି ଖୋଲିଛି ରଙ୍ଗ ଦୋକାନ। ଯେଉଁଠି ଭଳିକି ଭଳି ରଙ୍ଗ ବେରଙ୍ଗର ଜିନିଷ ଦେଖିବାକୁ ମିଳୁୁଛି। ଏସବୁ ମଧ୍ୟରେ କଟକ ଜିଲ୍ଲା ପ୍ରଶାସନ ନେଇଛି ବଡ଼ ନିଷ୍ପତ୍ତି।

କଟକ ସହରରେ ହୋଲିରେ କୌଣସି ବ୍ୟବସାୟୀ ରାସାୟନିକ ରଙ୍ଗ ବ୍ୟବହାର କରିପାରିବେ ନାହିଁ। କେବଳ ହର୍ବାଲ୍‌ ରଙ୍ଗ ବ୍ୟବହାର କରିବେ। କେହି ବ୍ୟବସାୟୀ ନିୟମ ଭାଙ୍ଗିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପୁଲିସ ଚେତାବନୀ ଦେଇଛି।

ମିଳିଥିବା ସୂଚନା ମୁତାବିକ,ହୋଲିରେ ରାସାୟନିକ ରଙ୍ଗ ଉପରେ କଟକଣା ଲାଗିଥିବା ବେଳେ ଆଇନଶୃଙ୍ଖଳା ଉପରେ ମଧ୍ୟ କଡ଼ା ନଜର ଦେବାକୁ ସମସ୍ତ ଜୋନ୍‌ ଓ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ହୋଲିରେ ନିଶାସକ୍ତ ଯୁବକମାନେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି। ଏଥିପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମୋଟ ୧୫ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। କଟକ ସହରକୁ ୬ଟି ସେକ୍ଟର୍‌ରେ ଭାଗ କରାଯାଇଛି। ଜୋନ୍‌ୱାରି ଏସିପିମାନେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ।

ସେହିପରି କଟକରେ ଜୋନ୍‌ୱାରି ଥିବା ଥାନାଗୁଡ଼ିକରେ ୨୨ ପିସିଆର୍‌ ଭ୍ୟାନ୍‌ ଓ ୪୦ ବାଇକ୍ ପିସିଆର୍‌ ମୁତୟନ କରାଯାଇଛି। ଏହାସହିତ ନଦୀରେ ଗାଧୋଇବା ବେଳେ ଅଘଟଣ ଘଟିବାର ଆଶଂକା ଥିବାରୁ ଅଗ୍ନିଶମ ଓ ଓଡ୍ରାଫ୍‌ ପକ୍ଷରୁ ମହାନଦୀ ଓ କାଠଯୋଡ଼ିର ପ୍ରମୁଖ ଘାଟରେ ବୋଟ୍‌ ପାଟ୍ରୋଲିଂ କରାଯିବାକୁ ଯୋଜନା କରାଯାଇଛି।

Leave A Reply

Your email address will not be published.