Odisha Link
Bridging the Missing Links in Odisha

୧୮ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର

ଓଏଲ୍‌ ବ୍ୟୁରୋ: ଗତକାଲି ସନ୍ଧ୍ୟାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବୈଠକ। ତେବେ କେଉଁ ୧୮ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ ଜାଣନ୍ତୁ।

ଜନଜାତି ସମ୍ପ୍ରଦାୟ ଜୀବିକା ଓ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ’ କାର୍ଯ୍ୟକ୍ରମ ଆରମ୍ଭ କରିବେ ବୋଲି ସୂଚନା ଦିଆଯାଇଛି। ବିଭିନ୍ନ ପର୍ଯ୍ୟାୟରେ ୧୪ ଲକ୍ଷ ଜନଜାତି ପରିବାରକୁ ଏହି ଯୋଜନାରେ ସାମିଲ କରାଯିବ। ଏଥିପାଇଁ ଆର୍ଥିକ ବର୍ଷ ୨୦୨୫-୨୬ ମଧ୍ୟରେ ରାଜ୍ୟ ସରକାର ୫ ଶହ କୋଟି ନିବେଶ କରିବେ। ଏହା ମାଧ୍ୟମରେ ଜନଜାତି ପରିବାରଙ୍କ ଆୟ ବୃଦ୍ଧି ପାଇଁ ସାର, ବିହନ ଓ ଜଳସେଚନ ସୁବିଧା ପ୍ରଦାନ କରାଯିବ।

ଓଡ଼ିଶା ଭୂ – ସଂସ୍କାର ଆଇନ୍ , ୧୯୬୦ର ଧାରା ୭୩ ( ଗ ) ଅନୁଯାୟୀ ଓଡ଼ିଶା ସରକାର ଟାଉନ୍ ପ୍ଲାନିଂ ସ୍କିମଗୁଡିକ ନିମନ୍ତେ ଏହା ଅଧୀନରେ ଆସୁଥିବା ଅଞ୍ଚଳରେ ବିଶେଷତଃ ସହରୀକରଣ ଓ ସହରାଞ୍ଚଳ ବିକାଶ ନିମନ୍ତେ ଚାଷ ଜମିକୁ ଅଣଚାଷ ଉଦ୍ଦେଶ୍ୟରେ ଗୃହ ନିର୍ମାଣ ଓ ନଗରଉନ୍ନୟନ ବିଭାଗର ପ୍ରସ୍ତାବକ୍ରମେ କିସମ ପରିବର୍ତନ ଦେୟ ମୁକ୍ତ କରାଯିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି।

ସେହିପରି ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ବିଭାଗର ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ଓଡିଶା ପଞ୍ଚାୟତି ରାଜ ସେବା ବର୍ଗରେ ପୁନ ବିନ୍ୟାସ ତଥା ପରିପୁଷ୍ଟ କରିବାର ଆବଶ୍ୟକତାକୁ ଅନୁଭବ କରି ସରକାର ୩୧୪ ଟି ଦ୍ବିତୀୟ ଶ୍ରେଣୀର ପଦବୀକୁ ଉଚ୍ଛେଦ କରି ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦବୀରୁ ଯୁଗ୍ମ ନିର୍ଦ୍ଦେଶକ ପଦବୀ ପର୍ଯ୍ୟନ୍ତ ୧୦୩ଟି ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀର ପଦବୀ ସୃଷ୍ଟି କରିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି।

Leave A Reply

Your email address will not be published.