Odisha Link
Bridging the Missing Links in Odisha

ଘଡ଼ଘଡ଼ି ସହ ଭିଜେଇବ ବର୍ଷା ; ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ତାପମାତ୍ରା କମୁକମୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଓଏଲ୍‌ ବ୍ୟୁରୋ : ଶୀତର ପ୍ରକୋପ କମି ରାଜ୍ୟରେ କିଛିଦିନ ହେବ ତାପମାତ୍ରା ବଢ଼ିବାରେ ଲାଗିଥିଲା। ତେବେ ତାପମାତ୍ରାରୁ ଅଳ୍ପ ସମୟ ହେବ ଟିକେ ତ୍ରାହି ମିଳିଛି। ଅନ୍ୟପକ୍ଷେ ତାପମାତ୍ରା କମୁକମୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ରାଜ୍ୟରେ ଘଡ଼ଘଡ଼ି ସହ ହୋଇପାରେ ବର୍ଷା। ତେବେ ଏ ନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ବାଲେଶ୍ୱର, ଯାଜପୁର ଓ ଭଦ୍ରକ।

Leave A Reply

Your email address will not be published.