Odisha Link
Bridging the Missing Links in Odisha

ବର୍ଷାରେ ଭିଜିବ ରାଜ୍ୟର ୧୫ ଜିଲ୍ଲା

ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିରେ ସର୍ବାଧିକ ୮ ମିଲିମଟର ବର୍ଷା ରେକର୍ଡ କରାଯାଇଛି।

ଓଏଲ୍‌ ବ୍ୟୁରୋ : ରାଜ୍ୟରେ କମିଛି ଶୀତର ପ୍ରକୋପ। ଶୀତର ପ୍ରଭାବ କମୁ କମୁ ସାରା ରାଜ୍ୟବାସୀଙ୍କୁ ମାର୍ଚ୍ଚ ଆରମ୍ଭରୁ ଆଉଟୁପାଉଟୁ କରୁଥିଲା ତାପମାତ୍ରା। ଅନ୍ୟପକ୍ଷେ ତାପମାତ୍ରା କମିଥିବାବେଳେ ରାଜ୍ୟର କିଛି ଜିଲ୍ଲାରେ ବର୍ଷ ହେବାର ସମ୍ଭାବନା ଦେଖାଦେଇଛି। ରାଜ୍ୟରେ ହାଲୁକା ବର୍ଷା ନେଇ ୧୫ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର।

ଓଡ଼ିଶାର ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କନାଳ, କନ୍ଧମାଳ, ଗଞ୍ଜାମ, ପୁରୀ, ନୟାଗଡ, ଖୋର୍ଦ୍ଧା ଓ କଟକରେ ହୋଇପାରେ ହାଲୁକା ଧରଣର ବର୍ଷା। ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିରେ ସର୍ବାଧିକ ୮ ମିଲିମଟର ବର୍ଷା ରେକର୍ଡ କରାଯାଇଛି। ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ଗତକାଲି ରାତିରେ ପବନ ସହ ଘଡଘଡି ହୋଇଥିବା ସୂଚନା ମିଳିଛି।

Leave A Reply

Your email address will not be published.