Odisha Link
Bridging the Missing Links in Odisha

ଭିସୁଟ୍‌ ପୂର୍ବତନ ଛାତ୍ରୀ ମୃତ୍ୟୁ ଘଟଣା; ସାମ୍ନାକୁ ଆସିଲା ଡାଏଟମ୍‌ ରିପୋର୍ଟ

ପୂର୍ବରୁ ଆସିଥିବା ବ୍ୟବଚ୍ଛେଦ ରିପୋର୍ଟରେ ବି ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ଉଲ୍ଲେଖ ହୋଇଥିଲା।

ଓଏଲ୍‌ ବ୍ୟୁରୋ : ଭିସୁଟ୍‌ ପୂର୍ବତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ମୃତ୍ୟୁ ଘଟଣାକୁ ନେଇ ଜାରି ରହିଛି ତଦନ୍ତ। ମୃତ୍ୟୁର ୧୧ଦିନରେ ଆଜି ସାମ୍ନାକୁ ଆସିଲା ଡାଏଟମ୍‌ ଟେଷ୍ଟ ରିପୋର୍ଟ। ଚିନ୍ମୟୀ ପ୍ରିୟଦର୍ଶିନୀ ପାଣିରେ ବୁଡି ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପୂର୍ବରୁ ଆସିଥିବା ବ୍ୟବଚ୍ଛେଦ ରିପୋର୍ଟରେ ବି ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ଉଲ୍ଲେଖ ହୋଇଥିଲା। ବର୍ତ୍ତମାନ ଚିନ୍ମୟୀଙ୍କ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି।

ଖବର ଅନୁସାରେ, ଚିନ୍ମୟୀଙ୍କ ମୃତ୍ୟୁ ଘଟଣାକୁ ୧୦ଦିନ ବିତି ଯାଇଥିଲେ ମଧ୍ୟ ଘଟଣା ଉପରୁ ସମ୍ପୂର୍ଣ ପରଦା ହଟାଇ ପାରିନାହିଁ ପୁଲିସ। ଏହି ଘଟଣାରେ ପ୍ରୀତିମାନ ଓ ମାନସଙ୍କୁ ଘଟଣାସ୍ଥଳକୁ ନେଇ ପୋଲିସ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଥିବା ସୂଚନା ମିଳିଥିଲା। ଆଇଜିଙ୍କ ଉପସ୍ଥିତିରେ ରାତି ଅଧରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯାଇଥିଲା। କେମିତି ଓ କ’ଣ ଘଟିଥିଲା ସେ ବିଷୟରେ ସେଠାରେ ପୁଲିସକୁ ଡେମୋ ଦେଖାଇଥିଲେ। ସେହିପରି ଏସଡିପିଓଙ୍କ ଅଫିସରେ ପ୍ରୀତିମାନ ଓ ମାନସଙ୍କୁ ମାରାଥନ ଜେରା କରାଯାଇଥିଲା।

ବୁର୍ଲା ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ୟୁ ଘଟଣାକୁ ନେଇ ସମ୍ବଲପୁର ଏସପି ବି. ଗଙ୍ଗାଧର ନିଜର ପ୍ରତିକ୍ରିୟା ରଖି କହିଥିଲେ ଯେ, ଚିନ୍ମୟୀଙ୍କୁ ହତ୍ୟା କରାଯାଇନାହିଁ। ପାଣିରେ ବୁଡ଼ି ଚିନ୍ମୟୀଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ଘଟଣାକୁ ନେଇ ପୁଲିସ ତଦନ୍ତ ଉପରେ ସନ୍ତୁ‌ଷ୍ଟ ନ ଥିବା କହିଥିଲେ ଚିନ୍ମୟୀଙ୍କ ବାପା ଡାକ୍ତର ବନମାଳି ସାହୁ। ପୁଲିସର ତଦନ୍ତ ଉପରେ ଭରସା ପାଉନି, ବିଶ୍ବାସ ଲାଗୁନି। ପୁଲିସର ତଦନ୍ତ ଏକପାଖିଆ ଲାଗୁଛି। ଦୋଷୀକୁ ବଞ୍ଚାଇବା ପାଇଁ ସବୁ ପ୍ରକାର ବାଟ ଖୋଲାଯାଉଛି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୃତ ଭିସୁଟ୍ ଛାତ୍ରୀ ଚିନ୍ମୟୀଙ୍କ ବାପା ଡା. ବନମାଳି ସାହୁ ଏଭଳି ଅଭିଯୋଗ ଆଣିଥିଲେ। ଚିନ୍ମୟୀଙ୍କ ମା’ ଲବଙ୍ଗ ସାହୁ ମଧ୍ୟ ନ୍ୟାୟ ମିଳିବା ଭଳି ଲାଗୁନାହିଁ ବୋଲି କହିଥିବା ଜଣା ପଡିଥିଲା। ମୃତ୍ୟୁ ଘଟଣାର ପୁଲିସ ତଦନ୍ତ କରୁଥିବାବେଳେ ଚିନ୍ମୟୀଙ୍କ ବଲାଙ୍ଗିର ସ୍ଥିତ ଘରେ ପୁଲିସ ଟିମ୍ ପହଞ୍ଚି ପଚରାଉଚରା ଜାରି କରିଥିଲା।

Leave A Reply

Your email address will not be published.