Odisha Link
Bridging the Missing Links in Odisha

ଇନଫ୍ଲୁଏଞ୍ଜା ସଂକ୍ରମଣ ପାଇଁ କେନ୍ଦ୍ର ଜାରି କଲା ସତର୍କବାଣୀ

କୋଭିଡ୍‌ ବିରୋଧୀ ୫ ସୂତ୍ରୀ କାର୍ଯ୍ୟକ୍ରମ ଚାଲୁ ରଖିବାକୁ ନିର୍ଦେଶ ଦିଆଯାଇଛି।

ଓଏଲ୍‌ ବ୍ୟୁରୋ : ଏବେବି କୋଭିଡ ଭୟ ସମସ୍ତଙ୍କ ମନରୁ ଯାଇ ନଥିବା ବେଳେ ଦେଶରେ ଆତଙ୍କ ମଚାଇଛି ଏଚ୩ଏନ୨ ଭୂତାଣୁ। ଦେଶରେ ଦିନକୁ ଦିନ ଇନଫ୍ଲ୍ୟୁଏଞ୍ଜା ଭୂତାଣୁର ପ୍ରକୋପ ବଢ଼ିବାରେ ଲାଗିଛି। ତେବେ ଏହି ସଂକ୍ରମଣକୁ ନଜରରେ ରଖି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଚିଠି ମାଧ୍ୟମରେ ସତର୍କବାଣୀ ଜଣାଇଛନ୍ତି। ଇନଫ୍ଲୁଏଞ୍ଜା ସଂକ୍ରମଣକୁ ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। କୋଭିଡ୍‌ ବିରୋଧୀ ୫ ସୂତ୍ରୀ କାର୍ଯ୍ୟକ୍ରମ ଚାଲୁ ରଖିବାକୁ ନିର୍ଦେଶ ଦିଆଯାଇଛି। ଟେଷ୍ଟ, ଟ୍ରାକ, ଟ୍ରିଟ୍‌ ଓ ଟୀକାକରଣ ଜାରି ରଖିବାକୁ ନିର୍ଦ୍ଦେଶ ଘୋଷଣା କରାଯାଇଛି। ସାରା ଦେଶରେ ବର୍ତ୍ତମାନ ଏଚ୩ଏନ୨ ଭୂତାଣୁ ଯୋଗୁ ୯୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି।

ଓଡ଼ିଶା ସମେତ ଦେଶର ଅନେକ ରାଜ୍ୟରେ ଇନଫ୍ଲ୍ୟୁଏଞ୍ଜା ଭୂତାଣୁର ପ୍ରକୋପ ବଢୁଛି। ଥଣ୍ଡା,କାଶ ସମେତ ଗଳା ଦରଜ ଏବଂ ଜ୍ୱର ରହୁଛି। ଏହାକୁ ଲୋକ ସାଧାରଣତଃ ଗୁରୁତର ଭାବେ ଗ୍ରହଣ କରୁନାହାନ୍ତି। ହେଲେ ଏହାର ଭୟାବହତା ଏବେ ଜଣା ପଡିବା ପରେ ସତର୍କ କରାଇଛି ସ୍ୱାସ୍ଥ୍ୟ ବିଭାଗ। ଏହି ଭୂତାଣୁ ହରିଆଣାରେ ବ୍ୟାପକ ଭାବେ ବଢିଚାଲିଛି। ଇତି ମଧ୍ୟରେ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ୪୦ ପ୍ରତିଶତ ବୃଦ୍ଧି ହୋଇଛି। ସରକାର ତଥା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ହାଇଆଲର୍ଟ ଜାରି କରାଯାଇଛି।

ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ସୁଦ୍ଧା ଏଚ୍‌୩ଏନ୍‌୨ ଭାଇରସ୍‌ ବା ହଂକଂ ଫ୍ଲୁରେ ୯୦ରୁ ଅଧିକ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏହା ବ୍ୟତୀତ ଏଚ୍‌୧ଏନ୍‌୧ ଭାଇରସ୍‌ରେ ମଧ୍ୟ ୮ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଦେଶରେ ଏଭଳି ମାମଲା ବୃଦ୍ଧି ନେଇ ଡାକ୍ତରମାନେ ବିବୃତ୍ତି ମଧ୍ୟ ଦେଇଛନ୍ତି। ଦୁଇଟିଯାକ ଭୂତାଣୁ ସଂକ୍ରମଣର ଲକ୍ଷଣ କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣର ଲକ୍ଷଣ ସହିତ ପ୍ରାୟ ସମାନ। ଏଥିରେ ସଂକ୍ରମିତ ଲୋକମାନଙ୍କଠାରେ ଜ୍ୱର, ଥଣ୍ଡା, କଫ, ଶ୍ୱାସକ୍ରିୟା ସମସ୍ୟା ଦେଖା ଦେଇଥାଏ। ଏହା ବ୍ୟତୀତ ସେମାନଙ୍କ ଶରୀରରେ ଯନ୍ତ୍ରଣା, ଗଳା ଯନ୍ତ୍ରଣା ଏବଂ ଡାଇରିଆ ଆଦି ଲକ୍ଷଣ ଦେଖା ଦେଇଥାଏ। ଏହି ଲକ୍ଷଣଗୁଡିକ ଏକ ସପ୍ତାହ ପର୍ଯ୍ୟନ୍ତ ରହିଥାଏ।

Leave A Reply

Your email address will not be published.