Odisha Link
Bridging the Missing Links in Odisha

ଶେଷ ଟେଷ୍ଟ ମ୍ୟାଚ୍‌ ଡ୍ର’ରେ ଶେଷ, ବର୍ଡର-ଗାଭାସ୍କର ଟ୍ରଫି ଜିତିଲା ଭାରତ

ଓଏଲ୍‌ ବ୍ୟୁରୋ: ଅହମ୍ମଦାବାଦରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଶେଷ୍ଟ ଟେଷ୍ଟ ମ୍ୟାଚ ଡ୍ର’ରେ ଶେଷ ହୋଇଛି। ଯାହାଫଳରେ ଭାରତ ୨-୧ରେ ବର୍ଡର-ଗାଭାସ୍କର ଟ୍ରଫି ଜିତି ନେଇଛି। ଭାରତ ପ୍ରଥମ ଦୁଇଟି ଟେଷ୍ଟକୁ ଜିତିଥିବା ବେଳେ ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ଦଳ ଭାରତକୁ ହରାଇଥିଲା। ତେବେ ୪ର୍ଥ ଟେଷ୍ଟ ମ୍ୟାଚ୍‌ ଡ୍ର’ ରହିବାରୁ ଭାରତ ୨-୧ରେ ସିରିଜ ଜିତି ନେଇଛି। ସବୁଠୁ ବଡ଼କଥା ହେଲା ଭାରତ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲରେ ପ୍ରବେଶ କରିଛି। ଜୁନ୍‌ ୭ରେ ଓଭାଲ ଗ୍ରାଉଣ୍ଡରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ମୁକାବିଲା ଖେଳାଯିବ।

Leave A Reply

Your email address will not be published.