Odisha Link
Bridging the Missing Links in Odisha

କଂଗ୍ରେସର ରାଜଭବନ ଘେରାଉ ସମୟରେ ପୁଲିସ ସହ ଧସ୍ତାଧସ୍ତି

ଧସ୍ତାଧସ୍ତି ବେଳେ ପୁଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ କରିଥିଲେ କଂଗ୍ରେସ କର୍ମୀ।

ଓଏଲ୍‌ ବ୍ୟୁରୋ: ଅଦାନୀ ଲିଙ୍କ ଅଭିଯୋଗକୁ ରାଜଭବନ ସାମ୍ନାରେ କଂଗ୍ରେସର ଅଭିନବ ପ୍ରତିବାଦ। ସିଲିଣ୍ଡର ଉପରେ ଗୋବର ଘଷି ରଖି କଂଗ୍ରେସ କର୍ମୀମାନେ ରାଜଭବନ ଘେରାଉ କରିଥିଲେ। ଘେରାଉ ସମୟରେ ପୁଲିସ ପ୍ରତିବାଦ କରିଥିଲା। ପୁଲିସ ପ୍ରତିବାଦ କରିବାରୁ କଂଗ୍ରେସ କର୍ମୀ ଏବଂ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

ପୁଲିସର ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରିଥିଲେ କଂଗ୍ରେସ କର୍ମୀ। ଧସ୍ତାଧସ୍ତି ବେଳେ ପୁଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ କରିଥିଲେ କଂଗ୍ରେସ କର୍ମୀ। ବିକ୍ଷୋଭରେ ସାମିଲ କିଛି କଂଗ୍ରେସ କର୍ମୀଙ୍କୁ ପୁଲିସ ଅଟକ ରଖିଥିଲେ। ଅଦାନୀ ଲିଙ୍କ ଅଭିଯୋଗକୁ ନେଇ କେନ୍ଦ୍ର ବିରୋଧରେ ବର୍ଷିଲେ ପିସିସି ସଭାପତି ଶରତ ପଟ୍ଟନାୟକ। ଏସବିଆଇ, ଏଲଆଇସିରୁ ଋଣ ନେଇ ଅର୍ଥନୀତିକୁ ଅଦାନୀ ଦୁର୍ବଳ କରିଥିବା ପିସିସି ସଭାପତି କହିଥିଲେ ।

Leave A Reply

Your email address will not be published.