Odisha Link
Bridging the Missing Links in Odisha

ୟୁସିସିଆଇଏଲ୍‌ ପକ୍ଷରୁ ମହିମା ମିଶ୍ରଙ୍କୁ ‘ଜୀବନବ୍ୟାପୀ ସାଧନା ପୁରସ୍କାର’

ୟୁସିସିଆଇଏଲ୍ ପକ୍ଷରୁ ଆୟୋଜିତ “ଶିଳ୍ପ ସମ୍ମେଳନ’ରେ ଆଇଏଫଏସ ସିଦ୍ଧାନ୍ତ ଦାସଙ୍କଠାରୁ ଓଏସ୍‌ଏଲ୍‌ର ମୁଖ୍ୟ ମହିମା ମିଶ୍ର ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଓଏଲ୍‌ ବ୍ୟୁରୋ: ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ପକ୍ଷରୁ ଓଏସ୍‌ଏଲର ପ୍ରତିଷ୍ଠାତା ଶ୍ରୀ ମହିମା ମିଶ୍ରଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର (ଲାଇଫ୍ ଟାଇମ୍ ଆଚିଭମେଂଟ୍ ଆୱାର୍ଡ-୨୦୨୩)ପ୍ରଦାନ କରାଯାଇଛି। ପାରାଦୀପରେ ବିଜୁ କନ୍‌ଭେନ୍‌ସନ୍ ହଲ୍‌ରେ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି। ୟୁସିସିଆଇଏଲ୍ ପକ୍ଷରୁ ଆୟୋଜିତ “ଶିଳ୍ପ ସମ୍ମେଳନ’ରେ ଆଇଏଫଏସ ସିଦ୍ଧାନ୍ତ ଦାସଙ୍କଠାରୁ ଓଏସ୍‌ଏଲ୍‌ର ମୁଖ୍ୟ ମହିମା ମିଶ୍ର ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଆଇଓସିଏଲ୍ ପାରାଦୀପ ରିଫାଇନାରିର ଇଡି ଓ ରିଫାଇନାରି ମୁଖ୍ୟ ମୁକେଶ ମୋହନ, ଇଫ୍‌କୋର ୟୁନିଟ୍ ମୁଖ୍ୟ କେ ଜେ ପଟେଲ୍‌, ରାଉରକେଲା ଇସ୍ପାତ କାରଖାନାର ଇଡି ସୋମନାଥ ତ୍ରିପାଠୀ, ଟାଟା ଷ୍ଟିଲ ମାଇନିଂ ଲିମିଟେଡ୍‌ର ଏମ୍‌ଡି ପଙ୍କଜ ସତିଜା ଓ ଏଏମ୍‌ଏନ୍‌ଏସ୍‌ର ପ୍ରକଳ୍ପ ମୁଖ୍ୟ ରାଜୀବ ଭଟ୍ଟନାଗର ଉପସ୍ଥିତ ଥିଲେ।

ପୁରସ୍କାରରେ ପୁରସ୍କୃତ ହେବା ପରେ ଆନନ୍ଦ ପ୍ରକଟ କରି ମହିମା ମିଶ୍ର କହିଛନ୍ତି ଯେ, “ଅତ୍ୟନ୍ତ ବିନମ୍ରତା ଓ କୃତଜ୍ଞତାର ସହ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିଠାରୁ ମୁଁ ଏହି ଲାଇଫ୍‌ଟାଇମ୍ ଆଚିଭମେଂଟ୍ ପୁରସ୍କାର ୨୦୨୩ ଗ୍ରହଣ କରୁଛି। ଏହି ପୁରସ୍କାରକୁ ମୁଁ ଓଏସ୍‌ଏଲ୍ ପରିବାରର ୧୦,୦୦୦ ଲୋକଙ୍କ ପ୍ରତି ସମର୍ପିତ କରୁଛି। ସେମାନଙ୍କ କଠିନ ପରିଶ୍ରମ ଓ ସମର୍ପିତ ଭାବ ପାଇଁ ଓଏସ୍‌ଏଲ୍ ଗ୍ରୁପ୍ ଏହି ବିଗତ ବର୍ଷଗୁଡ଼ିକରେ ସଫଳତା ଓ ଉପଲବ୍ଧିର କାହାଣୀ ରଚନା କରିପାରିଛି। ଓଡ଼ିଶାରେ ଏହି ପ୍ରାନ୍ତରେ ବାଣିଜ୍ୟ ଓ ଶିଳ୍ପ ଉଦ୍ଦେଶ୍ୟର ପ୍ରସାର କରିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବାରୁ ମୁଁ ୟୁସିସିଆଇଏଲ୍‌କୁ ଧନ୍ୟବାଦ ଜଣାଇବାକୁ ଚାହୁଁଚି ବୋଲି ସେ କହିଛନ୍ତି। ଏହି ମହତ ଉଦ୍ଦେଶ୍ୟରେ ମୁଁ ସେମାନଙ୍କ ପାଇଁ ଉଲ୍ଲେଖନୀୟ ସଫଳତା କାମନା କରୁଛି।

ଉଲ୍ଲେଖଯୋଗ୍ୟ, ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି କ୍ଷେତ୍ରରେ ମହିମା ମିଶ୍ରଙ୍କୁ ଅଗ୍ରଦୂତ ଭାବେ ବିଚାର କରାଯାଏ। ମହିମା ମିଶ୍ରଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ ୧୯୭୮ରେ ଷ୍ଟିଭେଡୋରିଂରୁ ଓଏସ୍‌ଏଲ୍‌ର ଯାତ୍ରା ଆରମ୍ଭ ହୋଇଥିଲା ଏବଂ ତାହା ଏବେ ୧୦,୦୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଥିବା ବିଶାଳ ବ୍ୟବସାୟ ସାମ୍ରାଜ୍ୟରେ ପରିଣତ ହୋଇଛି। ଓଏସ୍‌ଏଲ୍‌ର ଏବେ ବିଭିନ୍ନ କ୍ଷେତ୍ରର ବ୍ୟବସାୟ ରହିଛି ଯାହା ବ୍ୟାପକ ବର୍ଗର ଆଂଚଳିକ ଓ ବିଶ୍ୱସ୍ତରୀୟ କ୍ଲାଏଂଟ୍‌ଙ୍କ ଆବଶ୍ୟକତା ପୂରଣ କରୁଛି। ଓଡ଼ିଶାରେ ଖଣି କାର୍ଯ୍ୟକୁ ସଫଳତାର ସହ ପରିଚାଳନା କରିବାର ୪ ଦଶଦ୍ଧିରୁ ଅଧିକ ବର୍ଷର ଅଭିଜ୍ଞତାକ ନେଇ ଓଏସ୍‌ଏଲ୍ ପାଖରେ ଖଣି ପରିଚାଳନା ଓ ବିକାଶ, ଓଭରବର୍ଡେନ୍ ଅପସାରଣ କରିବା, ଓପୋନ୍‌-ପିଟ୍ ସର୍ଫେସ୍ ମାଇନିଂ ଓ ଖଣିଜ ପଦାର୍ଥର ପରିବହନରେ ବ୍ୟାପକ ଅଭିଜ୍ଞତା ଓ ଦକ୍ଷତା ରହିଛି। ଓଏସ୍‌ଏଲ୍ ଗ୍ରୁପ୍ ଶିଳ୍ପ କ୍ଷେତ୍ରରେ ବିଭିନ୍ନ ପ୍ରକାର ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଛି। ତୈଳ ଓ ଗ୍ୟାସ୍ ବ୍ୟତୀତ ଟ୍ୟାଙ୍କ ଟର୍ମିନାଲ୍ ନିର୍ମାଣ, ବର୍ଥର ଯାନ୍ତ୍ରିକୀକରଣ, ପାଇପଲାଇନ୍ ବିଛାଇବା, ମଲ୍‌ଟିମୋଡାଲ୍ ପରିବହନ ସୃଷ୍ଟି କରିବା ଏବଂ ଏଫ୍‌ଟିଡବ୍ଲୁଜେଡ୍‌, ଡକ୍ ନିର୍ମାଣ ଭଳି କାର୍ଯ୍ୟ କରୁଛି।

Leave A Reply

Your email address will not be published.