Odisha Link
Bridging the Missing Links in Odisha

ମାଟ୍ରିକ ପରୀକ୍ଷା: ଚିହ୍ନଟ ହେବେ ଡ୍ରପଆଉଟ ଛାତ୍ରଛାତ୍ରୀ

ପ୍ରଥମ ପର୍ଯ୍ୟାୟରେ ୧୭ ବର୍ଷରୁ ଅଧିକ ପିଲାଙ୍କୁ ସାମିଲ କରାଯିବ।

ଓଏଲ୍‌ ବ୍ୟୁରୋ : ମାର୍ଚ୍ଚ ୧୦ ତାରିଖରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ପ୍ରଥମ ଦିନରେ ଓଡ଼ିଆ ଭାଷା ପରୀକ୍ଷା ସରିଥିବା ବେଳେ ଷୋମବାର ଇଂରାଜୀ ପରୀକ୍ଷା ଶେଷ ହୋଇଛି। ସବୁଠୁ ବଡ଼ କଥା ହେଲା ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ୧୮ ହଜାରରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବାବେଳେ ଆଜି ଇଂରାଜୀ ପରୀକ୍ଷାରେ ମଧ୍ୟ ଅନେକ ପିଲା ଅନୁପସ୍ଥିତ ରହିଛନ୍ତି ଯାହା ଏବେ ଚିନ୍ତାର ବିଷୟ ପାଲଟିଛି। ତେବେ ମାଟ୍ରିକ ପରୀକ୍ଷାରେ ପିଲା ଅନୁପସ୍ଥିତ ପିଲାଙ୍କୁ ଚିହ୍ନଟ କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ସଚିବ।

ଅନୁପସ୍ଥିତ ପିଲାଙ୍କ ଘରକୁ ଘର ବୁଲି ସର୍ଭେ କରାଯିବ। ଚିହ୍ନଟ କରାଯାଇ ପିଲାମାନଙ୍କୁ କାଉନସେଲିଂ କରାଯିବ। ଡ୍ରପଆଉଟ ପିଲାଙ୍କୁ ଧନ୍ଦାମୂଳକ ଶିକ୍ଷା ଦେବାକୁ କାଉନସେଲିଂ କରାଯିବ। ପ୍ରଥମ ପର୍ଯ୍ୟାୟରେ ୧୭ ବର୍ଷରୁ ଅଧିକ ପିଲାଙ୍କୁ ସାମିଲ କରାଯିବ। କାଉନସେଲିଂ ହେବା ପରେ ପିଲାମାନେ ପସନ୍ଦ ମୁତାବକ ଧନ୍ଦାମୂଳକ ଶିକ୍ଷା ନେବେ ବୋଲି କହିଛନ୍ତି ଗଣଶିକ୍ଷା ସଚିବ।

ଖବର ଅନୁସାରେ, ରାଜ୍ୟର ବିଭିନ୍ନ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ପ୍ରଥମ ଦିନ ତଥା ଓଡ଼ିଆ ଭାଷା ପରୀକ୍ଷାଦିନ ୧୮ହଜାରରୁ ଅଧିକ ପିଲା ପରୀକ୍ଷା ଦେଇନଥିଲେ। କଟକ ଜିଲ୍ଲାରେ ୪୨୦ ଜଣ, କେନ୍ଦ୍ରାପଡ଼ାରେ ୪୨୫ଜଣ, ଜଗତସିଂହପୁରରେ ୨୩୫ଜଣ, ଖୋର୍ଦ୍ଧାରେ ୪୯୪ଜଣ, କୋରାପୁଟରେ ୬୮୬ଜଣ, ଯାଜପୁରରେ ୭୫୫ଜଣ, ଭଦ୍ରକରେ ୫୦ଜଣ, ବାଲେଶ୍ବରରେ ୧୧୫୮ଜଣ, ଦେବଗଡ଼ରେ ୯୪ଜଣ, ବଲାଙ୍ଗୀରରେ ୧୧୯୯ଜଣ, କଳାହାଣ୍ଡିରେ ୭୬୬ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା ଜଣାପଡ଼ିଛି। ସେହିପରି ମଧ୍ୟମା ଓ ମୁକ୍ତବିଦ୍ୟାଳୟ ପ୍ରତ୍ୟେକ ବର୍ଗରେ ୫ ଶହରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ଜଣାପଡ଼ିଛି। ଚଳିତ ଥର ୫ ଲକ୍ଷ ୪୧ ହଜାର ଶିକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରିଛି ବୋର୍ଡ।

Leave A Reply

Your email address will not be published.