Odisha Link
Bridging the Missing Links in Odisha

ହାତୀ ମୃତ୍ୟୁ ଘଟଣା : ବିଦ୍ୟୁତ ବିତରଣ କଂପାନୀକୁ ହାଇକୋର୍ଟର ନୋଟିସ

ଏପ୍ରିଲ୨୦ ସୁଦ୍ଧା ସତ୍ୟପାଠ ଦେବାକୁ ଜଏଣ୍ଟ ଟାସ୍କଫୋର୍ସକୁ ନିର୍ଦ୍ଦେଶ ଦିଆଯାଇଛି।

ଓଏଲ୍‌ ବ୍ୟୁରୋ : ହାତୀ ମୃତ୍ୟୁ ହେବା ଏବଂ ହାତୀ ଦ୍ୱାରା ଲୋକଙ୍କ କ୍ଷତି ହେବାର ଅନେକ ଘଟଣା ସାମ୍ନାକୁ ଆସୁଛି। ତେବେ ହାତୀଙ୍କ ସୁରକ୍ଷାକୁ ନଜରରେ ରଖି ହାଇକୋର୍ଟ ନିର୍ଦେଶ ଦେଇଥିବା ଜଣା ପଡିଛି। ହାତୀ ମୃତ୍ୟୁକୁ ନେଇ ୫ବିଦ୍ୟୁତ ବିତରଣ କଂପାନୀକୁ ହାଇକୋର୍ଟ ନୋଟିସ ଦେଇଛନ୍ତି। ହାତୀ ମୃତ୍ୟୁ ରୋକିବାକୁ ପଦକ୍ଷେପ ସଂପର୍କରେ ଜଣାଇବାକୁ କହିଛନ୍ତି ହାଇକୋର୍ଟ।

ହାତୀ ଦ୍ବାରା ଜୀବନହାନୀ ଘଟିଲେ କ୍ଷତିପୂରଣ ସଂପର୍କରେ ଜଣାଇବାକୁ କହିଛନ୍ତି। ଏପ୍ରିଲ୨୦ ସୁଦ୍ଧା ସତ୍ୟପାଠ ଦେବାକୁ ଜଏଣ୍ଟ ଟାସ୍କଫୋର୍ସକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷେ, ଆଜି ଉତ୍ତର ଘୁମୁସର ମୁଜାଗଡ଼ ଗମ୍ଭାରୀଗୋଚ୍ଛା ଗାଁ ନିକଟରୁ ଉଦ୍ଧାର ହୋଇଛି ହାତୀର ମୃତଦେହ। ୨୨ ଟିକିଆ ହାତୀପଲ ସହ ବୁଲୁଥିବା କୁହାଯାଉଥିବାବେଳେ ମୃତ୍ୟୁର କାରଣ ସ୍ପଷ୍ଟ ନଥିବା ଜଣା ପଡିଛି।

Leave A Reply

Your email address will not be published.