Odisha Link
Bridging the Missing Links in Odisha

୩୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର କଫ୍‌ ସିରପ୍‌ ଜବତ

କଫ୍‌ ସିରପ୍‌ ସହିତ ଗୋଟିଏ ଏସ୍‌ୟୁଭି, ୨ଟି ପିକଅପ୍‌, ଗୋଟିଏ ଭ୍ୟାନ୍, ୨ ବାଇକ୍‌ ଜବତ କରିଛି ପୁଲିସ

ଓଏଲ୍‌ ବ୍ୟୁରୋ : ବଲାଙ୍ଗିର ପୁଲିସକୁ ମିଳିଛି ସଫଳତା। କୋଲକାତା କମ୍ପାନୀର ୨ ଲକ୍ଷ ଟଙ୍କା ଫ୍ରିଜ୍‌ କଲା ପୁଲିସ। ୧୨ ହଜାର ୯୬୦ ବୋତଲ କଫ ସିରିପ ଜବତ କରିଛି ପୁଲିସ। ଜବତ ହୋଇଥିବା କଫ୍‌ ସିରପ୍‌ର ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କା। କଫ୍‌ ସିରପ୍‌ ସହିତ ଗୋଟିଏ ଏସ୍‌ୟୁଭି, ୨ଟି ପିକଅପ୍‌, ଗୋଟିଏ ଭ୍ୟାନ୍, ୨ ବାଇକ୍‌ ଜବତ କରିଛି ପୁଲିସ। ଏଥିସହିତ ୧୭ଟି ମୋବାଇଲ ସହ ଗୋଟିଏ ଦେଶୀ ପିସ୍ତଲ ମଧ୍ୟ ଜବତ କରିଥିବା ଜଣା ପଡିଛି। ତେବେ ଏହି ମାମଲାରେ ବଲାଙ୍ଗିର, କଟକ ସମେତ ଜିଲ୍ଲା ବାହାରୁ ୩୩ ଜଣଙ୍କୁ ଗିରଫ କରିଛି ପୁଲିସ।

Leave A Reply

Your email address will not be published.