Odisha Link
Bridging the Missing Links in Odisha

ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି-ଘଡ଼ଘଡ଼ି ସହ ବର୍ଷା

ଆସନ୍ତା ୧୫ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପଶ୍ଚିମାଝଡ଼ର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି।

ଓଏଲ୍‌ ବ୍ୟୁରୋ : ରାଜ୍ୟରେ ଶେଷ ହୋଇଛି ଶୀତର ପ୍ରକୋପ। ବିଭିନ୍ନ ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇଥିବାବେଳେ କିଛି ଜିଲ୍ଲାରେ ବର୍ଷା ପବନ ହେବାର ସମ୍ଭାବନା ଥିବାର ସୂଚନା ମିଳିଛି। ଓଡ଼ିଶାରେ ଆଉ ଏକ ପଶ୍ଚିମାଝଡ଼ ଆସୁଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୧୫ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପଶ୍ଚିମାଝଡ଼ର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। ୧୫ରେ ବିଜୁଳି-ଘଡ଼ଘଡ଼ି ସହ ହୋଇପାରେ ବର୍ଷା। ୧୬ ଓ ୧୭ତାରିଖରେ ବିଜୁଳି-ଘଡ଼ଘଡ଼ି ବର୍ଷା ସହ ଝଡ଼ ପବନ ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.