Odisha Link
Bridging the Missing Links in Odisha

‘ମୃତ୍ୟୁ ପୂର୍ବ ଦିନ ବାପା ଫୋନକରି କହିଥିଲେ ଶୀଘ୍ର ପଳେଇଆ’

ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ରାଜନୈତିକ ମହଲରେ ଚର୍ଚା ଜୋର ଧରିଥିବାବେଳେ ବାପାଙ୍କ ମୃତ୍ୟୁ ପୂର୍ବ ଦିନର କଥା କହିଛନ୍ତି ନବ ଦାସଙ୍କ ଝିଅ ଦୀପାଳି ଦାସ।

ଓଏଲ୍‌ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡକୁ ଇତି ମଧ୍ୟରେ ଦେଢ଼ ମାସ ପୁରି ସାରିଛି। ଏହି ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ଗିରଫ ହୋଇ ଜେଲରେ ଦିନ କାଟୁଛି। ହେଲେ ଏପର୍ଯ୍ୟନ୍ତ ନବ ଦାସଙ୍କ ହତ୍ୟା ପଛର କାରଣ କ’ଣ ତାହା ଏଯାଏଁ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ପତ୍ତା ପାଇପାରୁ ନାହିଁ। ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ରାଜନୈତିକ ମହଲରେ ଚର୍ଚା ଜୋର ଧରିଥିବାବେଳେ ବାପାଙ୍କ ମୃତ୍ୟୁ ପୂର୍ବ ଦିନର କଥା କହିଛନ୍ତି ନବ ଦାସଙ୍କ ଝିଅ ଦୀପାଳି ଦାସ। ସେ କହିଛନ୍ତି, ବାପାଙ୍କ ଦେହାନ୍ତ ସମୟରେ ମୁଁ ଓଡ଼ିଶାରେ ନଥିଲି।

ମୃତ୍ୟୁ ପୂର୍ବ ଦିନ ତାଙ୍କ ବାପା ତାଙ୍କୁ ଫୋନକରି କହିଥିଲେ କି ତୁ ଶୀଘ୍ର ପଳେଇଆ। ହେଲେ ସେ ଭାବିନଥିଲି ଏମିତି ଘଟଣା ଘଟିଯିବ ଏବଂ ବାପାଙ୍କ ସହ କଥା ହେବା ତାଙ୍କ ପାଇଁ ସେଇଟା ଥିଲା ଶେଷ। ବାପା ତାଙ୍କ ପାଇଁ ଗର୍ବ ଏବଂ ଗୌରବ ଥିଲେ। ପିଲାମାନଙ୍କ ଜୀବନରେ ବାପାଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ ଆମେ ସମସ୍ତେ ଜାଣିଛୁ ବୋଲି ନବ ଦାସଙ୍କ ଝିଅ କହିଛନ୍ତି। ହେଲେ ବାପା ଆଜି ନଥିଲେ ମଧ୍ୟ ମୁଁ ନିଜର ସାହସ ହରାଇନି ବରଂ ଓଡ଼ିଶାବାସୀ ମୋ ସହ ମୋ ତାକତ ଭାବେ ଅଛନ୍ତି, ମୁଁ ଭାବିନେଇଛି ବୋଲି ନବ ଦାସଙ୍କ ଝିଅ ଦୀପାଳି ଦାସ।

Leave A Reply

Your email address will not be published.