Odisha Link
Bridging the Missing Links in Odisha

୨ୟ ଥର ପାଇଁ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲରେ ଟିମ୍‌ ଇଣ୍ଡିଆ

ଓଏଲ୍‌ ବ୍ୟୁରୋ: ଅହମ୍ମଦାବାଦରେ ଖେଳାଯାଉଥିବା ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ ମ୍ୟାଚ ଶେଷ ନହେଉଣୁ ଭାରତୀୟ କ୍ରିକେଟ ଦଳ ପାଇଁ ଭଲ ଖବର। ୨ୟ ଥର ପାଇଁ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଳରେ ପ୍ରବେଶ କରିଛି ଭାରତ। ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ଶେଷ ବଲରେ ଶ୍ରୀଲଙ୍କାକୁ ହରାଇ ବାଜି ମାରି ନେଇଛି ନ୍ୟୁଜିଲାଣ୍ଡ। ଯାହାଫଳରେ ଭାରତ ସିଧାସଳଖ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି। ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ମୁକାବିଲା ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଜୁନ ମାସରେ ଖେଳାଯିବ।

ପୂର୍ବରୁ ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ଟିକେଟ ହାତେଇ ସାରିଛି। ଆସନ୍ତା ଜୁନ୍ ୭ରୁ ୧୧ ଯାଏଁ ଲଣ୍ଡନର ଦ ଓଭାଲ ମୈଦାନରେ ଏହି ମ୍ୟାଚ୍ ଖେଳାଯିବ। ତେବେ ଏହି ମ୍ୟାଚ୍ ପାଇଁ ଗୋଟିଏ ଦିନ ରିଜର୍ଭ ଡେ ମଧ୍ୟ ରଖାଯାଇଛି। ଗତବର୍ଷ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯାଇଥିଲା । ଭାରତକୁ ମାତ୍ ଦେଇ ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ପ୍ରଥମ ଟାଇଟଲ ହାତେଇଥିଲା।

ଇନ୍ଦୋର ଟେଷ୍ଟରେ ଅଷ୍ଟ୍ରେଲିଆ ଠାରୁ ଭାରତ ପରାଜିତ ହେବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ସମୀକରଣକୁ ରୋଚକ କରିଥିଲା। ଭାରତର ଫାଇନାଲ ଟିକେଟ ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ଟେଷ୍ଟ ମ୍ୟାଚର ଫଳାଫଳ ଉପରେ ନିର୍ଭର କରୁଥିଲା। ତେବେ ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚରେ ବିଜୟୀ ହୋଇ ଭାରତର ଫାଇନାଲ ରାସ୍ତାକୁ ପକ୍କା କରିଛି।

Leave A Reply

Your email address will not be published.