Odisha Link
Bridging the Missing Links in Odisha

ପ୍ରଚଣ୍ଡ ଶବ୍ଦରେ ଥରିଲା ରାଜ୍ୟର ୩ ଜିଲ୍ଲା

ସୁନ୍ଦରଗଡ଼ ବଣାଇରେ ମଧ୍ୟ ପ୍ରଚଣ୍ଡ ଶବ୍ଦ ଶୁଭିଲା।

ଓଏଲ୍‌ ବ୍ୟୁରୋ: ପ୍ରଚଣ୍ଡ ଶବ୍ଦ କଲା ଆତଙ୍କିତ। ଭୟରେ ଥରିଲେ ଲୋକେ। ବଡ ବୋମା ବିସ୍ଫୋରଣ ହେଲା ଭଳି ପ୍ରଚଣ୍ଡ ଶବ୍ଦରେ ଥରିଲା ସମଗ୍ର ଅଞ୍ଚଳ। ଭଦ୍ରକ ଜିଲ୍ଲାରେ ପୁଣି ଶୁଭିଲା ପ୍ରଚଣ୍ଡ ଶବ୍ଦ। ଏହି ଶବ୍ଦ ଭଦ୍ରକ ସହର, ଧାମନଗର ଏବଂ ବାସୁଦେବପୁରରେ ଶୁଭିଥିବାବେଳେ ଏହାର କାରଣ ସ୍ପଷ୍ଟ ହୋଇନାହିଁ ।

ଅନ୍ୟପକ୍ଷେ, ସୁନ୍ଦରଗଡ଼ ବଣାଇରେ ମଧ୍ୟ ପ୍ରଚଣ୍ଡ ଶବ୍ଦ ଶୁଭିଲା। ପ୍ରଚଣ୍ଡ ଶବ୍ଦ ଶୁଣି ଭୟରେ ଲୋକ ଘର ବାହାରକୁ ପଳାଇ ଆସିଥିଲେ। ସ୍ଥାନୀୟ ଲୋକେ ଏହି ଶବ୍ଦ ଶୁଣି ଆତଙ୍କିତ ହୋଇଥିବା ଜଣା ପଡିଛି। ବାଲେଶ୍ବର ଆକାଶରେ ମଧ୍ୟ ଶୁଭିଲା ପ୍ରଚଣ୍ଡ ଶବ୍ଦ। କୋଠାଘର ଥରିବା ସାଙ୍ଗକୁ ହଲିଲା କବାଟ, ଝରକା। ଶବ୍ଦ କେଉଁଠୁ ଆସିଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ପୂର୍ବରୁ ଗତ ନଭେମ୍ବରରେ ଭଦ୍ରକରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା ଯାହାକୁ ନେଇ ଲୋକେ ଆତଙ୍କିତ ହୋଇଥିଲେ। ଯାଜପୁର, କେନ୍ଦୁଝର ଓ ଭଦ୍ରକରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା। ୧୦୦ କିମି ଦୂରତା ପର୍ଯ୍ୟନ୍ତ ପ୍ରଚଣ୍ଡ ଶବ୍ଦ ଅନୁଭୂତ ହୋଇଥିଲା ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟବିତ୍ତ ଥିଲେ।

Leave A Reply

Your email address will not be published.