Odisha Link
Bridging the Missing Links in Odisha

ଥାନା ପରିସରରୁ ମିଳିଲା କନେଷ୍ଟବଳଙ୍କ ମୃତଦେହ

ଥାନା ଉପର ମହଲାରେ ପୁଲିସ କର୍ମୀଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ମର୍ମାହତ କରିଛି।

ଓଏଲ୍‌ ବ୍ୟୁରୋ: ଫୁଲବାଣୀର ଟିକାବାଲି ଥାନାରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଥାନା ଉପର ମହଲାରୁ ଉଦ୍ଧାର ହୋଇଛି ପୁଲିସ କର୍ମୀଙ୍କ ମୃତଦେହ। ଠାବ ହୋଇଥିବା ମୃତଦେହ ହେଉଛି ଟିକାବାଲି ଥାନା କନେଷ୍ଟବଳ ଶ୍ରୀନିବାସ ଘଟାଲଙ୍କର। ଥାନା ଉପର ମହଲାରେ ପୁଲିସ କର୍ମୀଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ମର୍ମାହତ କରିଛି। ତେବେ କନେଷ୍ଟବଳ ଶ୍ରୀନିବାସ ଘଟାଲଙ୍କର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବାବେଳେ ଘଟଣାସ୍ଥଳରେ ବାଲିଗୁଡ଼ା ଏସ୍‌ଡିପିଓଙ୍କ ଘଟଣାର ତଦାରଖ ଜାରି କରିଥିବା ଜଣା ପଡିଛି।

Leave A Reply

Your email address will not be published.