Odisha Link
Bridging the Missing Links in Odisha

ଥଣ୍ଡା, କାଶ ଥିଲେ କୋଭିଡ ଟେଷ୍ଟ କରନ୍ତୁ: ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ସର୍ଭିଲେନ୍ସ ବଢାଇବା ସହ ଅକ୍ସିଜେନ ଓ଼ ଆଇସିୟୁ ପ୍ରସ୍ତୁତ ରଖିବାକୁ ନିର୍ଦେଶ ବି ଦିଆଯାଇଛି।

ଓଏଲ୍‌ ବ୍ୟୁରୋ: ସାରା ଦେଶବାସୀଙ୍କ ଚିନ୍ତା ବଢ଼ାଇବାରେ ଲାଗିଛି ଆଉ ଏକ ନୂଆ ଭୂତାଣୁ। ଏବେବି କୋଭିଡ ଭୟ ସମସ୍ତଙ୍କ ମନରୁ ଯାଇ ନଥିବା ବେଳେ ଦେଶରେ ଆତଙ୍କ ମଚାଇଛି ଏଚ୩ଏନ୨ ଭୂତାଣୁ। ଭାଇରସ ସଂକ୍ରମଣ ଭିତରେ ପୁଣି ଲୋକଙ୍କୁ ଘାରିଛି କୋଭିଡ ଭୟ। ତେବେ ଏନେଇ ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସବୁ ଜିଲ୍ଲାର ସିଡିଏମଓ଼ ଏବଂ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକଙ୍କୁ ଆଲର୍ଟ ରହିବାକୁ ଚିଠି ଦେଇଛି ଜନସ୍ୱାସ୍ଥ୍ୟ ବିଭାଗ। ସର୍ଭିଲେନ୍ସ ବଢାଇବା ସହ ଅକ୍ସିଜେନ ଓ଼ ଆଇସିୟୁ ପ୍ରସ୍ତୁତ ରଖିବାକୁ ନିର୍ଦେଶ ବି ଦିଆଯାଇଛି।

ଜନ ସ୍ୱାସ୍ଥ୍ୟ ନିର୍ଦେଶକ ପରାମର୍ଶ ଦେଇ କହିଛନ୍ତି, ଥଣ୍ଡା, କାଶ ଥିଲେ କୋଭିଡ ଟେଷ୍ଟ କରନ୍ତୁ। ସେ କହିଛନ୍ତି, ଇନଫ୍ଲୁଏଞ୍ଜାର କୌଣସି ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ। ଏହି ରୋଗରେ ଗୁରୁତର ହୋଇ ନିମୋନିଆରେ ପୀଡ଼ିତ ହେଲେ କିଡନି, ହାର୍ଟ ଓ଼ ଶ୍ୱାସ ରୋଗୀ ସଂକ୍ରମିତ ହେବାର ଆଶଙ୍କା ରହିଛି। ରୋଗ ଭଲ ନ ହେଲେ ଡାକ୍ତରଙ୍କ ପରାମର୍ଶ ନେଇ ଡାକ୍ତରଖାନାରେ ଆଡମିଟ ହୁଅନ୍ତୁ। ଲକ୍ଷଣ ଥିଲେ ଆଇସୋଲେଟ କରନ୍ତୁ, ମାସ୍କ ପିନ୍ଧନ୍ତୁ ଓ ହାତ ଧୁଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

Leave A Reply

Your email address will not be published.