Odisha Link
Bridging the Missing Links in Odisha

ଯୁକ୍ତ ଦୁଇ ପିଲାଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ଘଟଣା: ଗିରଫ ହେଲା ଅଭିଯୁକ୍ତ

ଅଭିଯୁକ୍ତକୁ ଗିରଫ କରିବା ସହ ଗୋଟିଏ କାର, ୮ଟି ଏଟିଏମ୍‌ କାର୍ଡ, ନଗଦ ୫୭ ହଜାର ଟଙ୍କା ପୁଲିସ ଜବତ କରିଛି

ଓଏଲ୍‌ ବ୍ୟୁରୋ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଡରାଇ ଜଣେ ଅଭିଯୁକ୍ତ ଠକେଇ କରୁଥିବା ଖବର ସାମ୍ନାକୁ ଆସିଛି। ୩ଶହ ପିଲାଙ୍କ ଠାରୁ ପ୍ରାୟ ୩ ଲକ୍ଷ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି। +୨ ପିଲାଙ୍କୁ ଡରାଇ ଧମକାଇ ଟଙ୍କା ଆଦାୟ କରୁଥିଲା ସଂପୃକ୍ତ ବ୍ୟକ୍ତି।

ନିଜକୁ କାଉନସିଲ ଅଧିକାରୀ କହି +୨ ପିଲାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରୁଥିଲା ଅଭିଯୁକ୍ତ। ଠକୁଥିବା ଅଭିଯୁକ୍ତକୁ ଗିରଫ କରାଯାଇଛି। ଅଭିଯୁକ୍ତକୁ ଗିରଫ କରିବା ସହ ଗୋଟିଏ କାର, ୮ଟି ଏଟିଏମ୍‌ କାର୍ଡ, ନଗଦ ୫୭ ହଜାର ଟଙ୍କା ପୁଲିସ ଜବତ କରିଛି। ତେବେ ଏହି ମାମଲାରେ ବାଲେଶ୍ୱରର ସଂପୃକ୍ତ ବ୍ୟକ୍ତିକୁ ଗିରଫ କରିଛି ଶିଳ୍ପାଞ୍ଚଳ ଥାନା ପୁଲିସ।

Leave A Reply

Your email address will not be published.