Odisha Link
Bridging the Missing Links in Odisha

ବିଡିଓଙ୍କ ବିଜ୍ଞାପନରେ ଶଙ୍ଖଚିହ୍ନକୁ ନେଇ ଗୃହରେ ବିଜେଡିକୁ ବିରୋଧୀଙ୍କ ଟାର୍ଗେଟ

କିଶୋର ନଗର ବିଡିଓ ବିନୋଦ ବେହେରା ପଞ୍ଚାୟତିରାଜ ଦିବସରେ ଏକ ଖବରକାଗଜରେ ବିଜ୍ଞାପନ ଦେଇଥିଲେ।

ଓଏଲ୍‌ ବ୍ୟୁରୋ: ବିଧାନସଭାରେ ଜାରି ରହିଛି ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ଦଳୀୟ ନେତା ମୁହାଁମୁହିଁ ହେଉଥିବା ଦେଖିବାକୁ ମିଳୁଛି। ଏଥିମଧ୍ୟରେ କିଶୋର ନଗର ବିଡିଓଙ୍କ ବିଜ୍ଞାପନ ପ୍ରସଙ୍ଗକୁ ନେଇ ଆଜି ଗୃହରେ ପ୍ରଶ୍ନ କରିଥିଲା ବିରୋଧୀ ଦଳ। କିଶୋରନଗର ବିଡିଓ ବିନୋଦ ବିହାରୀ ବେହେରାଙ୍କ ବିଜ୍ଞାପନକୁ ନେଇ ଶୂନ୍ୟକାଳରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି।

ବିଜ୍ଞାପନକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନମାଝୀ ଅଭିଯୋଗ ଆଣି କହିଛନ୍ତି ଯେ, ସରକାରୀ କର୍ମଚାରୀମାନେ କିଭଳି ଦଳୀୟ କର୍ମଚାରୀ ଭାବେ କାମ କରୁଛନ୍ତି, ଏଭଳି ବିଜ୍ଞାପନରୁ ପ୍ରମାଣିତ ହୋଇଯାଉଛି। ସୂଚନା ଅନୁସାରେ, କିଶୋର ନଗର ବିଡିଓ ବିନୋଦ ବେହେରା ପଞ୍ଚାୟତିରାଜ ଦିବସରେ ଏକ ଖବରକାଗଜରେ ବିଜ୍ଞାପନ ଦେଇଥିଲେ। ପ୍ରକାଶ ପାଇଥିବା ବିଜ୍ଞାପନରେ ତାଙ୍କ ଫଟୋ ଗୋଟିଏ ପାର୍ଶ୍ୱରେ ଲାଗିଥିବା ବେଳେ ଅନ୍ୟ ପାର୍ଶ୍ୱରେ ବିଜେଡିର ଦଳୀୟ ଚିହ୍ନ ରହିଥିଲା।

ଖବରକାଗଜରେ ପ୍ରକାଶ ପାଇଥିବା ବିଜ୍ଞାପନକୁ ନେଇ ମୋହନ ମାଝୀ ଆଜି ବିଧାନସଭାରେ ପ୍ରଶ୍ନ ଉଠାଇ କହିଛନ୍ତି, ଏହା ସର୍ଭିସ କୋର୍ଡର ଖୋଲାଖୋଲି ଉଲ୍ଲଂଘନ। ତେବେ ବିଜେପିର ଏହି ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛି ବିଜେଡି। ଏଭଳି ଅଭିଯୋଗରେ କୌଣସି ଆଧାର ନାହିଁ ବୋଲି ବିଧାୟକ ଦେବୀ ମିଶ୍ର ନିଜର ମତ ରଖିଛନ୍ତି।

Leave A Reply

Your email address will not be published.