Odisha Link
Bridging the Missing Links in Odisha

ବଦଳିଲେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ

ଭୁବନେଶ୍ବର: ବାଜିଲାଣି ନିର୍ବାଚନ ବିଗୁଲ। ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କଲେଣି ଅଙ୍କକଷା। ନିର୍ବାଚନକୁ ଆଉ ଏକ ବର୍ଷକୁ କମ୍‌ ସମୟ ଥିବା ବେଳେ ଶାସକ ବିଜୁ ଜନତା ଦଳ ସଙ୍ଗଠନକୁ ଆହୁରି ସୁଦୃଢ଼ କରିବାରେ ଲାଗିପଡ଼ିଛି। ଏସବୁ ମଧ୍ୟରେ ଆଜି ୩୦ଟି ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିଛି ବିଜୁ ଜନତା ଦଳ।

ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ସର୍ବାଧିକ କ୍ଷମତାଶାଳୀ ନେତା ପ୍ରଣବ ପ୍ରକାଶ ଦାସଙ୍କୁ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଅତୀତରେ ଶ୍ରୀ ଦାସ ମୂୟରଭଞ୍ଜ ସମେତ ଆଉ କିଛି ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରି ଆସିଛନ୍ତି ଓ ଦଳକୁ ବ୍ୟାପକ ସଫଳତା ମଧ୍ୟ ଦେଇଛନ୍ତି। ସେହିପରି ଅତନୁ ସବ୍ୟସାଚୀ ନାୟକ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଦୁଇଟି ଲେଖାଏଁ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ବ ମିଳିଛି।

ଶ୍ରୀ ପ୍ରଣବ ଦାସଙ୍କ ବ୍ୟତୀତ ବାଲେଶ୍ବର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ପ୍ରତାପ କେଶରୀ ଦେବ, ବରଗଡ଼ ସୁଧୀର କୁମାର ସାମଲ, ଭଦ୍ରକ ପ୍ରତାପ ଜେନା, ବଲାଙ୍ଗୀର ସୁଶାନ୍ତ ସିଂ, ଦେଓଗଡ଼ ଅମରେଶ ଜେନା, କଟକ ପ୍ରଫୁଲ୍ଲ ମଲ୍ଲିକ, ଗଜପତି ଓ ରାୟଗଡ଼ା ଅତନୁ ସବ୍ୟସାଚୀ ନାୟକ, ଜଗତସିଂହପୁର ଅରୁଣ କୁମାର ସାହୁ, କନ୍ଧମାଳ ବିଜୟ ନାୟକ, କେନ୍ଦ୍ରାପଡ଼ା ପ୍ରମିଳା ମଲିକ,ଖୋର୍ଦ୍ଧା ରବୀନ୍ଦ୍ର କୁମାର ଜେନା, କୋରାପୁଟ ଓ ମାଲକାନଗିରି ଦିବ୍ୟ ଶଙ୍କର ମିଶ୍ର, ନବରଙ୍ଗପୁର ଈଶ୍ଵର ପାଣିଗ୍ରାହୀ, ନୟାଗଡ଼ ପଦ୍ମନାଭ ବେହେରା, ନୂଆପଡା ସ୍ନେହାଙ୍ଗିନୀ ଛୁରିଆ, ପୁରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସୁନ୍ଦରଗଡ଼ ପ୍ରିତିରଞ୍ଜନ ଘଡେଇ, କଳାହାଣ୍ଡି ପ୍ରଣବ ବଳବନ୍ତରାୟ, ଗଂଜାମ ପ୍ରଦୀପ କୁମାର ଅମାତ, ବୌଦ୍ଧ ସୌଭାଗ୍ୟ ନାୟକ, ଯାଜପୁର ଅଶୋକ ଚନ୍ଦ୍ର ପଣ୍ଡା, ଝାରସୁଗୁଡା ସାରଦା ପ୍ରସାଦ ନାୟକ, ମୟୁରଭଞ୍ଜ ପ୍ରଶାନ୍ତ ମୁଦୁଲି ଓ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଦେବେଶ ଆଚାର୍ଯ୍ୟଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି ଦଳ।

କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟ ବିଜେପିର ପ୍ରମୁଖ ନେତା ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ, ଢେଙ୍କାନାଳ ଓ ସମ୍ବଲପୁରରେ ସଙ୍ଗଠନ ସୁଦୃଢ଼ କରୁଥିବା ବେଳେ ଆଗାମୀ ନିର୍ବାଚନରେ ପ୍ରତ୍ୟକ୍ଷ ଲଢ଼େଇ କରିବେ ବୋଲି ନିକଟରେ ଏକ ସାକ୍ଷାତକାରରେ କହିଥିଲେ।

Leave A Reply

Your email address will not be published.