Odisha Link
Bridging the Missing Links in Odisha

ଜିଏସଟି ଠକେଇ ଘଟଣା: ରାଉରକେଲାର ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ଜିଏସଟି ଠକେଇ ଘଟଣାରେ ଏନଫୋର୍ସମେଣ୍ଟ ବିଭାଗ ପକ୍ଷରୁ ଖୋଳତାଡ଼ ଜାରି ରହିଛି।

ଓଏଲ୍‌ ବ୍ୟୁରୋ : ରାଉରକେଲାରେ ବଡ ଧରଣର ଠକେଇ ହୋଇଥିବା ଖବର ସାମ୍ନାକୁ ଆସିଛି। ଜିଏସଟି ଠକେଇ ହୋଇଥିବା ଅଭିଯୋଗ କ୍ରମେ ରାଉରକେଲା ସହରରେ ବଡ ଧରଣର ରେଡ୍‌ ହୋଇଛି। ରାଉରକେଲା ଜିଏସଟି ଏନଫୋର୍ସମେଣ୍ଟ ବିଭାଗ ପକ୍ଷରୁ ଏକକାଳୀନ ୫ଟି ସ୍ଥାନରେ ଚାଲିଛି ଚଢ଼ାଉ।

ରାଉରକେଲା ସହରର ସିଭିଲ ଟାଉନସିପରେ ଦୁଇଟି ବାସଭବନ ଓ ଅଫିସରେ ରେଡ୍ ହୋଇଛି। କଲୁଙ୍ଗାରେ ଥିବା ୪ଟି ଟ୍ରେଡର୍ସ ଓ ଗୋଟିଏ କାରଖାନା, ଛେଣ୍ଡ କଲୋନୀର ଗୋଟିଏ ସ୍ଥାନ, କ୍ରିଷ୍ଣା ଚନ୍ଦ୍ର ଜୟସ୍ବାଲଙ୍କ ଅରିନା ଟ୍ରେଡର୍ସରେ ରେଡ୍‌ ହୋଇଥିବା ଜଣା ପଡିଛି। ସେହିପରି ମୁସାଫିର ଜୟସ୍ବାଲଙ୍କ ଜେଏମ ଷ୍ଟିଲ ଟ୍ରେଡର୍ସ ଓ ଗୌରୀଶଙ୍କର ଜୟସ୍ବାଲଙ୍କ ଡିଡି ଆଇରନ ଏଣ୍ଡ ଷ୍ଟିଲ ଟ୍ରେଡର୍ସ, ଜୟନ୍ତ କୁମାର ଜୟସ୍ବାଲଙ୍କ ଜୁମ ଟ୍ରେଡର୍ସରେ ଜିଏସଟି ବିଭାଗ ପକ୍ଷରୁ ରେଡ୍ ହୋଇଛି। ଜିଏସଟି ଠକେଇ ଘଟଣାରେ ଏନଫୋର୍ସମେଣ୍ଟ ବିଭାଗ ପକ୍ଷରୁ ଖୋଳତାଡ଼ ଜାରି ରହିଛି।

Leave A Reply

Your email address will not be published.