Odisha Link
Bridging the Missing Links in Odisha

ନାମିବିଆରୁ ଭାରତ ଆସିଥିବା ଚିତା ‘ଶାଶା’ର ମୃତ୍ୟୁ

ଚିକିତ୍ସା ପାଇଁ ମଧ୍ୟପ୍ରଦେଶ ସରକାର ଏକ ଏମର୍ଜେନ୍ସି ମେଡିକାଲ ଟିମ୍ ପଠାଇଥିଲେ

ଓଏଲ୍‌ ବ୍ୟୁରୋ : ଗତବର୍ଷ ଆଫ୍ରିକା ମହାଦେଶର ନାମିବିଆରୁ ଆସିଥିବା ୮ଟି ଚିତା ମଧ୍ୟରୁ ଗୋଟିଏ ଚିତାର ମୃତ୍ୟୁ ହୋଇଛି। କୁନୋ ଜାତୀୟ ଉଦ୍ୟାନରେ ଛଡାଯାଇଥିବା ଏହି ୮ ଚିତା ମଧ୍ୟରୁ ମାଈ ଚିତା ଶାଶାର ମୃତ୍ୟୁ ହୋଇଥିବା ଜଣାପଡିଛି। ଗତ ଜାନୁଆରୀ ୨୩ ତାରିଖରୁ ସେ ଅସୁସ୍ଥ ଥିଲା। କିଡନୀ ଜନିତ ସମସ୍ୟାରେ ପଡ଼ିତ ଥିଲା ଚିତା ଶାଶା। ତାକୁ ଚିକିତ୍ସା ପାଇଁ କ୍ୱାରେଣ୍ଟିନ୍ ଏନକ୍ଲୋଜରକୁ ପଠାଯାଇଥିଲା। ଚିକିତ୍ସା ପାଇଁ ମଧ୍ୟପ୍ରଦେଶ ସରକାର ଏକ ଏମର୍ଜେନ୍ସି ମେଡିକାଲ ଟିମ୍ ପଠାଇଥିଲେ।

ବନ ବିହାର ଜାତୀୟ ଉଦ୍ୟାନର ମୁଖ୍ୟ ପ୍ରାଣୀ ଚିକିତ୍ସକ ଡାକ୍ତର ଅତୁଲ ଗୁପ୍ତାଙ୍କ ନେତୃତ୍ୱରେ ଚିକିତ୍ସା କରାଯାଉଥିଲା। ପ୍ରଥମେ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସୁଥିଲେ ମଧ୍ୟ ପରେ ବିଗିଡ଼ି ଯାଇଥିଲା। କିଛି ମାସ ପୂର୍ବେ ଶାଶା ବାନ୍ତି କରୁଥିବା ଦେଖିବାକୁ ମିଳିଥିଲା। ଏହାପରେ ତା’ର ଦେଖାରଖା କରାଯାଉଥିଲା। ଡାକ୍ତରଙ୍କ ସମସ୍ତ ଚେଷ୍ଟା ପରେ ମଧ୍ୟ ଶାଶାର ଜୀବନ ଚାଲିଯାଇଛି।