Odisha Link
Bridging the Missing Links in Odisha

ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ

ସ୍ୱାମୀର ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ଜାଣିବା ପରେ ଘଟଣାସ୍ଥଳରେ ରାଇବଣିଆ ପୁଲିସ ଘଟଣାର ତଦନ୍ତ ଜାରି କରିଛି।

ଓଏଲ୍‌ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଠାରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀର ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ହୋଇଛି। ଘରୋଇ କଳହକୁ ନେଇ ମଦପିଇ ସ୍ତ୍ରୀକୁ ପିଟିପିଟି ସ୍ବାମୀ ମାରିଦେଇଥିବା ଅଭିଯୋଗ ହୋଇଛି।

ଖବର ଅନୁସାରେ, ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ କାଳିକ ପଞ୍ଚାୟତ ଗହିରାବନ୍ଧ ଗ୍ରାମର ଜଣେ ମଦ୍ୟପ ବ୍ୟକ୍ତି ଏଭଳି କାଣ୍ଡ ଘଟାଇଥିବା ଜଣା ପଡିଛି। ସ୍ୱାମୀର ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ଜାଣିବା ପରେ ଘଟଣାସ୍ଥଳରେ ରାଇବଣିଆ ପୁଲିସ ଘଟଣାର ତଦନ୍ତ ଜାରି କରିଛି।