Odisha Link
Bridging the Missing Links in Odisha

ପୁଣି ଚିନ୍ତା ବଢ଼ାଇଲାଣି କରୋନା, ୩ ହଜାର ଟପିଲା ଦୈନିକ ସଂକ୍ରମଣ

ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୫,୨୦୮ରେ ପହଞ୍ଚିଛି।

ଓଏଲ୍‌ ବ୍ୟୁରୋ: କରୋନା ଭୂତାଣୁକୁ ନେଇ ବଢ଼ିଲା ଚିନ୍ତା। ପୁଣି ଡ଼ରାଇଲାଣି କରୋନା ମହାମାରୀ। କିଛି ମାସର ବ୍ୟବଧାନ ପରେ ଧୀରେଧୀରେ ଦେଶର ଦୈନିକ ସଂକ୍ରମଣ ମାମଲା ବଢ଼ିବା ଆରମ୍ଭ ହେଲାଣି। ଏବେ ଦୈନିକ ସଂକ୍ରମଣ ସଂଖ୍ୟା ୩ ହଜାର ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୩୦୯୫ ଜଣଙ୍କ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ୨୦୨୩ରେ ସବୁଠାରୁ ଅଧିକ ଦୈନିକ ସଂକ୍ରମଣ। ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୫,୨୦୮ରେ ପହଞ୍ଚିଛି। ସ୍ଥିତି ଏପରି ହୋଇଛି ଯେ ଚଳିତ ବର୍ଷ ପ୍ରଥମଥର ପାଇଁ ଦୈନିକ ସଂକ୍ରମଣ ୩ ହଜାର ଡେଇଁଛି।

ବିଗତ କିଛି ଦିନ ହେଲାଣି ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆରମ୍ଭ କରିଛି। ଗୋଟିଏ ପଟେ ଏଚ୩ଏନ୨ ଇନଫ୍ଲୁଏଞ୍ଜା ମାମଲା ବଢ଼ୁଥିବା ବେଳେ କରୋନା ଗ୍ରାଫ ମଧ୍ୟ ଉପର ମୁହାଁ ହୋଇଛି। ଦେଶର ମୋଟ ସକ୍ରିୟ ରୋଗୀଙ୍କ ହାର ୦.୦୩% ରହିଥିବା ବେଳେ ଆରୋଗ୍ୟ ହାର ୯୮.୭୮% ରହିଛି।। ପୂର୍ବରୁ ଗତକାଲି ଦେଶରୁ ୩ ହଜାର ୧୬ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ଦେଶରେ ମୋଟ ସକ୍ରିୟ ଆକାନ୍ତଙ୍କ ସଂଖ୍ୟା ମଧ୍ୟ ୧୩ ହଜାର ୫୦୯ ଛୁଇଁଛି। ଲଗାତାର କିଛି ଦିନ ହେଲା ଦୈନିକ ସଂକ୍ରମଣ ହଜାର ଉପରେ ରହୁଥିବା ବେଳେ ଏବେ ଏହା ୩ ହଜାର ଛୁଇଁଛି।

ଗତବର୍ଷ ଅକ୍ଟୋବର ୩ ତାରିଖ ପରଠାରୁ ଏତେ ସଂଖ୍ୟକ ସୈନିକ ସଂକ୍ରମଣ ମାମଲା ସାମ୍ନାକୁ ଆସିନଥିଲା। ସଂକ୍ରମଣ ବଢୁଥିବା ରାଜ୍ୟଗୁଡିକୁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୧୫୧ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଥିଲା। ଗତବର୍ଷ ଅକ୍ଟୋବର ୨୮ ତାରିଖ ଦିନ ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ୨,୨୦୮ ହୋଇଥିବା ରେକର୍ଡ କରାଯାଇଥିଲା।

Leave A Reply

Your email address will not be published.