Odisha Link
Bridging the Missing Links in Odisha

ଗୃହରେ ଉପସ୍ଥାପିତ ୩ ବିଲ୍‌କୁ ପ୍ରତ୍ୟାହାର କଲେ ସରକାର

କ୍ଷତିପୂରଣ ଓ ଭୂଅର୍ଜନ, ପୁନର୍ବାସ ଥଇଥାନ ସ୍ବଚ୍ଛତା ସଂଶୋଧନ ବିଲ୍‌ ପ୍ରତ୍ୟାହାର କରିଛନ୍ତି ସରକାର।

ଓଏଲ୍‌ ବ୍ୟୁରୋ: ବିଭିନ୍ନ ପ୍ରସଙ୍ଗକୁ ନେଇ ଜାରି ରହିଛି ବିଧାନସଭା ଅଧିବେଶନ। ଗୃହରେ ବିରୋଧୀଦଳ-ଶାସକଦଳ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେଉଥିବା ଜଣା ପଡିଛି। ବିଧାନସଭାରେ ଉପସ୍ଥାପିତ ୩ ବିଲ୍‌କୁ ପ୍ରତ୍ୟାହାର କଲେ ସରକାର। ଗତ ୨୨ରେ ଗୃହରେ ୩ ବିଲ୍‌ ଆଗତ କରିଥିଲେ ହେଲେ ଆଜି ଫେରାଇନେଲେ ସରକାର। ପ୍ରତ୍ୟାହାର ହୋଇଥିବା ୩ଟି ବିଲ ହେଲା ପୌର ବିଧି ସଂଶୋଧନ, ପଛୁଆ ବର୍ଗ ଆୟୋଗ ସଂଶୋଧନ ବିଲ୍‌। କ୍ଷତିପୂରଣ ଓ ଭୂଅର୍ଜନ, ପୁନର୍ବାସ ଥଇଥାନ ସ୍ବଚ୍ଛତା ସଂଶୋଧନ ବିଲ୍‌ ପ୍ରତ୍ୟାହାର କରିଛନ୍ତି ସରକାର।

ଅନ୍ୟପଟେ, ଆଜି ସମସ୍ତ ପ୍ରସଙ୍ଗ ମଧ୍ୟରେ ଜାଲ୍ ସାର୍ଟିଫିକେଟ ଓ କୋଟିଆକୁ ନେଇ ବିଧାନସଭା ସରଗରମ ହୋଇଛି। ଉଭୟ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଲେ ବିଜେପି, କଂଗ୍ରେସ। ବାଚସ୍ପତିଙ୍କ ପୋଡ଼ିୟମ ତଳେ ବିଜେପି ଓ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଥିଲେ। ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିବାକୁ ତାରା ବାହିନୀପତି ଉଦ୍ୟମ କରିଥିଲେ। ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଗୃହ କାର୍ଯ୍ୟକୁ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି।

Leave A Reply

Your email address will not be published.