ବାଉନ୍ସର ଗ୍ୟାଙ୍ଗର ଆଉ ୫ଜଣଙ୍କୁ ଧରିଲା ପୁଲିସ
ବାଉନ୍ସର ଗ୍ୟାଙ୍ଗର ୯ଜଣଙ୍କୁ ଗିରଫ କରିଥିଲା ପୁଲିସ।

ଓଏଲ୍ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ପୁଲିସକୁ ବଡ଼ ସଫଳତା। ବାଉନ୍ସର ଗ୍ୟାଙ୍ଗର ଆଉ ୫ଜଣ ଧରାପଡ଼ିଥିବା ସୂଚନା। ୫ ଜଣଙ୍କ ମଧ୍ୟରୁ ୩ଜଣ ସାଲିଆ ସାହିର ହୋଇଥିବା ଜଣା ପଡିଛି। ଗିରଫଙ୍କ ମଧ୍ୟରୁ ଜଣେ ଗେଷ୍ଟ ହାଉସ୍ ମାଲିକ ବୋଲି ସୂଚନା ମିଳିଛି। ପୂର୍ବରୁ ବାଉନ୍ସର ଗ୍ୟାଙ୍ଗର ୯ଜଣଙ୍କୁ ଗିରଫ କରିଥିଲା ପୁଲିସ। ବର୍ତମାନ ଏହି ୫ଜଣଙ୍କୁ ଗିରଫ ପରେ ଗିରଫଦାରୀ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି।
ଖବର ଅନୁସାରେ, ପୂର୍ବରୁ ବାଉନ୍ସର ଗ୍ୟାଙ୍ଗକୁ ଧରିଥିଲା ପୁଲିସ। ଗିରଫ ପରେ ଖାଲିଦେହରେ ଚଲାଇ ଚଲାଇ ନେଇଥିଲା ପୁଲିସ। ବିବାଦୀୟ ଜମିକୁ କବଜା କରିବା ସହ ଏହାକୁ ପଜେସନ୍ ଦେଉଥିଲେ ବାଉନ୍ସର ଗ୍ୟାଙ୍ଗ। ଗ୍ୟାଙ୍ଗରେ ଥିବା ସମସ୍ତ ବାଉନ୍ସରଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବାଉନ୍ସର ଗ୍ୟାଙ୍ଗର ୯ଜଣଙ୍କୁ ଗିରଫ କରିଥିଲା ପୁଲିସ। ବର୍ତମାନ ବାଉନ୍ସର ଗ୍ୟାଙ୍ଗର ଆଉ ୫ଜଣଙ୍କୁ ଧରିଲା ପୁଲିସ।