Odisha Link
Bridging the Missing Links in Odisha

ଝାରସୁଗୁଡ଼ାରୁ ନିଖୋଜ ନାବାଳକ ବିଳାସପୁରରେ ଠାବ

ନିଖୋଜ ନାବାଳକଙ୍କୁ କେହି ଅପହରଣ କରି ନ ଥିଲେ, ସେ ନିଜ ଇଛାରେ ଟ୍ରେନ୍‌ରେ ଯାଉଥିଲା ବୋଲି ଝାରସୁଗୁଡ଼ା ଏସ୍‌ପି ସୂଚନା ଦେଇଛନ୍ତି।

ଓଏଲ୍‌ ବ୍ୟୁରୋ: ଟଙ୍କା ଲୋଭରେ ମଣିଷ ସାଜିଲା ନର ରାକ୍ଷସ। ୯୦ଲକ୍ଷ ଟଙ୍କା ପାଇଁ ଝାରସୁଗୁଡ଼ାରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଥିଲା। ଜଣେ ନାବାଳକକୁ ଟଙ୍କା ଲୋଭରେ ଅପହରଣ କରାଯାଇଥିଲା। ନାବାଳକକୁ ପ୍ରଥମେ ଝାରସୁଗୁଡ଼ାରୁ ଅପହରଣ କରିଥିଲେ ଦୁର୍ବୁତ୍ତ। ପରେ ବରଗଡ଼ରେ ନାବାଳକଙ୍କୁ ହତ୍ୟା କରି ପୋଡ଼ିଦେଇଥିବା ସୂଚନା ମିଳିଥିଲା। ବର୍ତ୍ତମାନ ଝାରସୁଗୁଡ଼ା ସହର ଉପକଣ୍ଠରୁ ପୁଣି ଜଣେ ନାବାଳକ ନିଖୋଜ ହୋଇଥିବା ଖବର ସାମ୍ନାକୁ ଆସିଥିଲା।

ବୁରୋମାଲ ଅଞ୍ଚଳର ୧୦ ବର୍ଷୀୟ ନାବାଳକ ପ୍ରିନ୍ସ ସୋନିଙ୍କର ଗତ ଶୁକ୍ରବାରଠାରୁ କୌଣସି ପତ୍ତା ମିଳୁନଥିଲା। ଅନେକ ଖୋଜାଖୋଜି ପରେ ଝାରସୁଗୁଡ଼ାରୁ ନିଖୋଜ ନାବାଳକ ବିଳାସପୁରରେ ଠାବ ହୋଇଥିବା ଜଣା ପଡିଛି। ନିଖୋଜ ନାବାଳକଙ୍କୁ କେହି ଅପହରଣ କରି ନ ଥିଲେ, ସେ ନିଜ ଇଛାରେ ଟ୍ରେନ୍‌ରେ ଯାଉଥିଲା ବୋଲି ଝାରସୁଗୁଡ଼ା ଏସ୍‌ପି ସୂଚନା ଦେଇଛନ୍ତି। ସମର୍ଥଙ୍କ ଅପହରଣ ଏବଂ ହତ୍ୟା ପରେ ଆଉ ଜଣେ ନାବାଳକ ନିଖୋଜ ଘଟଣା ଚିନ୍ତାର ବିଷୟ ପାଲଟିଥିଲା।

ଖବର ଅନୁସାରେ, ଗତ ୨୭ରେ ଜଣେ ବ୍ୟବସାୟୀଙ୍କ ପୁଅକୁ ଅପହରଣ ଅଭିଯୋଗ ହୋଇଥିବା ସାମ୍ନାକୁ ଆସିଥିଲା। ୫୦ଲକ୍ଷ ପାଇଁ ନାବାଳକକୁ ଅପହରଣ କରିବା ପରେ ଦୁର୍ବୁତ୍ତ ମାନେ ନାବାଳକ ସମର୍ଥ ଅଗ୍ରୱାଲଙ୍କୁ ହତ୍ୟା କରିଥିଲେ। ତେବେ ଏହି ଘଟଣାର ଅଭିଯୋଗ କ୍ରମେ ମାମଲାର ତଦନ୍ତ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଝାରସୁଗୁଡ଼ା ପୁଲିସ। ସମର୍ଥ ଅଗ୍ରୱାଲଙ୍କୁ ଅପହରଣ ପରେ ଧମକ ଦେବାର ଅଡିଓ ଭାଇରାଲ ହେବାର ଲାଗିଛି। ୯୦ ଲକ୍ଷ ଟଙ୍କା ନେଇ ହାୱଡା ଟ୍ରେନରେ ବସିବାକୁ ଧମକ ଦେଇଥିଲେ ଅପହରଣକାରୀ। ପୁଅ ସମର୍ଥର ମୁଣ୍ଡ ଜାମିନ ରଖି ବାପା ସୁନୀତ ଅଗ୍ରୱାଲଙ୍କୁ ମାଗିଥିଲେ ଟଙ୍କା। ସମର୍ଥଙ୍କ ବାପା ସୁନୀତ ଅଗ୍ରୱାଲଙ୍କୁ ଅପହରଣକର୍ତ୍ତା ଫୋନ୍ କରି ଧମକ ଦେବା ସହ ୯୦ଲକ୍ଷ ଟଙ୍କା ମାଗିବାର ଅଡିଓ ଭାଇରାଲ ହେଉଛି।

Leave A Reply

Your email address will not be published.