Odisha Link
Bridging the Missing Links in Odisha

ରମାଦେବୀ ବିଶ୍ୱବିଦ୍ୟାଳୟର ପାଚେରୀ ଭାଙ୍ଗିବା ପାଇଁ ବିଏମସି ଦାୟୀ ନୁହେଁ: ମେୟର

ୟୁନିଭର୍ସିଟି କର୍ତ୍ତୃପକ୍ଷ ଜଣାଇବା ପରେ ଆମେ ତୁରନ୍ତ ମରାମତି କରିଥିଲୁ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ।

ଓଏଲ୍‌ ବ୍ୟୁରୋ: ରମାଦେବୀ ବିଶ୍ୱବିଦ୍ୟାଳୟରେ ପାଚେରୀ ଭାଙ୍ଗିବା ଘଟଣାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ ନିଜର ମତ ରଖିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ। ରମାଦେବୀ ପାଚେରୀ ଭାଙ୍ଗିବା ନେଇ ବିଏମସି ଦାୟୀ ନୁହେଁ କହିଲେ ମେୟର। ପାଚେରୀ କାମ ବିଏମସି କରିନାହିଁ କହିଲେ ମେୟର ସୁଲୋଚନା ଦାସ। ପାଚେରୀ ତଳେ ଥିବା ପାଣି ପାଇପ ଲିକ୍ ନେଇ ଆମକୁ ଜଣାଇଥିଲେ। ୟୁନିଭର୍ସିଟି କର୍ତ୍ତୃପକ୍ଷ ଜଣାଇବା ପରେ ଆମେ ତୁରନ୍ତ ମରାମତି କରିଥିଲୁ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ।

ଖବର ଅନୁସାରେ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପଚାରି ନିର୍ମାଣର ଦୁଇମାସ ନ ହେଉଣୁ ମୁଖ୍ୟରାସ୍ତା ପଟେ ଥିବା ଏହି ପାଚେରୀ ଭାଙ୍ଗି ବିଶ୍ୱବିଦ୍ୟାଳୟ ବଗିଚାରେ ପଡିଥିବା ଘଟଣା ସାମ୍ନାକୁ ଆସିଥିଲା। ପ୍ରାୟ ୧୦୦ ଫୁଟ ଲମ୍ବ ଓ ୧୨ ଫୁଟ ଉଚ୍ଚର ପାଚେରୀ ନିର୍ମାଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ ସୌଭାଗ୍ୟବଶତଃ ପାଚେରୀ ଭୁଶୁଡିବା ସମୟରେ ସେଠାରେ କେହି ଉପସ୍ଥିତ ନଥିଲେ। ତେଣୁ ଏଥିରେ କେହି ହତାହତ ହୋଇନାହାନ୍ତି। ନିଜେ କୁଳପତି ବି ଅଭିଯୋଗ କରିଛନ୍ତି, କାମ ନିମ୍ନମାନର ହୋଇଥିଲା। କାନ୍ଥ ପାଖରେ ପାଣି ଶୋକିଙ୍ଗ ହେଉଥିଲା। ଏନେଇ ବିଏମସି ଓ ସ୍ମାର୍ଟ ସିଟି କର୍ତୃପକ୍ଷଙ୍କୁ ଜଣାଇଥିଲୁ। ପାଚେରୀ ନିର୍ମାଣ ସମୟରେ ବିମ ନଥିଲା କି ପାଚେରୀ ନଥିଲା। ଏନେଇ ଠିକା କର୍ମଚାରୀଙ୍କୁ ପଚରାଉଚରା କରାଯିବ। ଦୁଇମାସ ତଳେ ମୁଖ୍ୟରାସ୍ତା କଡରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଏହି ପାଚେରୀ ନିର୍ମାଣ କରାଯାଇଥିଲା।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଶ୍ୱବିଦ୍ୟାଳୟରେ ସମାବର୍ତନ ଉତ୍ସବରେ ଯୋଗଦେବାକୁ ଆସିଥିବାବେଳେ ନିମ୍ନମାନର କାମ କରାଯାଇଥିବା ଅଭିଯୋଗ ହୋଇଛି। ଯେଉଁଠାରେ ପାଚେରୀ ଭୁଷୁଡିଛି ସେଠାରେ ଛାତ୍ରୀମାନେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଆଉ ତା ପୂର୍ବରୁ ହିଁ ପାଚେରୀ ଭୁଷୁଡିଯାଇଛି। ବିଏମସି କମିଶନର କହିଛନ୍ତି, ଏ ନେଇ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି। ୟୁନିଭର୍ସିଟି କର୍ତ୍ତୃପକ୍ଷ ଜଣାଇବା ପରେ ଆମେ ତୁରନ୍ତ ମରାମତି କରିଥିଲୁ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ।

Leave A Reply

Your email address will not be published.