Odisha Link
Bridging the Missing Links in Odisha

ଆଜିଠୁ +୨ ଖାତାଦେଖା, ମେ ମାସ ଶେଷ ସୁଦ୍ଧା ଆସିବ ରେଜଲ୍ଟ

୨ଟି ପର୍ଯ୍ୟାୟରେ ହେବ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ।

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ଖାତାଦେଖା। ଏପ୍ରିଲ ୨୩ ଯାଏଁ ଜାରି ରହିବ ଭାଲ୍ୟୁସନ। ମେ’ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ପରୀକ୍ଷା ଫଳ। ୬୫ଟି ଅଫଲାଇନ, ୩୯ ଅନଲାଇନ କେନ୍ଦ୍ରରେ ଜାରି ରହିଛି ମୂଲ୍ୟାୟନ। ମାର୍ଚ୍ଚ ପହିଲାରୁ ଆରମ୍ଭ ହୋଇ ୬ରେ ଶେଷ ହୋଇଥିଲା ଯୁକ୍ତ ଦୁଇ ପରୀକ୍ଷା। ତେବେ ପରୀକ୍ଷା ଶେଷ ହେବା ପରେ ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଜାରି କରାଯାଇଥିଲା।

ସୂଚନା ଅନୁସାରେ, ଆଜିଠୁ ଆରମ୍ଭ ହୋଇ ଏପ୍ରିଲ ୨୩ ଯାଏଁ ଜାରି ରହିବ ଯୁକ୍ତ ଦୁଇ ଖାତାଦେଖା। ୨ଟି ପର୍ଯ୍ୟାୟରେ ହେବ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ। ଏପ୍ରିଲ ୧୦ରୁ ୨୨ ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାଖାତା ମୂଲ୍ୟାୟନ କରାଯିବ। ପୁଣି ଏପ୍ରିଲ ୨୩ରୁ ମେ’ ୭ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ଜାରି ରହିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ପ୍ରକାଶ ପାଇଥିଲା। ମେ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ।

Leave A Reply

Your email address will not be published.