Odisha Link
Bridging the Missing Links in Odisha

ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ, ଆବାସ ବଣ୍ଟନକୁ ନେଇ ରଖିଲେ ପ୍ରତିକ୍ରିୟା

ଉପା ସରକାର ସମୟରେ ୨୬ ହଜାର କୋଟି ମିଳୁଥିଲା, ମୋଦି ସରକାରରେ ଏହା ୧ ଲକ୍ଷ କୋଟିକୁ ବୃଦ୍ଧି କରିଛନ୍ତି

ଓଏଲ୍‌ ବ୍ୟୁରୋ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ। ଆଜି ଓଡ଼ିଶାରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ନିଜର ପ୍ରତିକ୍ରିୟା ରଖିଛନ୍ତି। ନିଜର ପ୍ରତିକ୍ରିୟା ମାଧ୍ୟମରେ ଓଡ଼ିଶାରେ ଆବାସ ବଣ୍ଟନର ଯାଞ୍ଚ ହେବ ବୋଲି କହିଛନ୍ତି। ଓଡ଼ିଶାରେ ଆବାସ ବଣ୍ଟନକୁ ନେଇ ଆପତ୍ତି ଉଠାଇ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି ଯେ, ଓଡ଼ିଶାରେ ଯୋଗ୍ୟ ଲୋକ ଆବାସ ଯୋଜନାରେ ଘର ପାଉ ନାହାନ୍ତି। ସବୁ ନିୟମରୁ ଉର୍ଦ୍ଧ୍ବକୁ ଯାଇ ଓଡିଶାକୁ ୩୮ ଲକ୍ଷ ଘର ଦିଆଯାଇଛି। ଉପା ସରକାର ସମୟରେ ୨୬ ହଜାର କୋଟି ମିଳୁଥିଲା, ମୋଦି ସରକାରରେ ଏହା ୧ ଲକ୍ଷ କୋଟିକୁ ବୃଦ୍ଧି କରିଛନ୍ତି ବୋଲି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି।

Leave A Reply

Your email address will not be published.