Odisha Link
Bridging the Missing Links in Odisha

ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ବଡ଼ ଆଶ୍ବସ୍ତି, ଖାରଜ ହେଲା ଦାୟର ନିର୍ବାଚନୀ ମାମଲା

ଆବେଦନକାରୀ ସହଯୋଗ ନକରିବାରୁ ଖାରଜ କଲେ ହାଇକୋର୍ଟ।

ଓଏଲ୍‌ ବ୍ୟୁରୋ: ବାଲେଶ୍ୱର ଲୋକସଭା ନିର୍ବାଚନ ଅନିୟମିତତା ଅଭିଯୋଗ ମାମଲାରେ ବାଲେଶ୍ୱରର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ନାଁରେ ଦାୟର ନିର୍ବାଚନୀ ମାମଲା ଖାରଜ ହୋଇଛି। ଆବେଦନକାରୀ ସହଯୋଗ ନକରିବାରୁ ଖାରଜ କଲେ ହାଇକୋର୍ଟ। ପ୍ରତାପ ଷଡ଼ଙ୍ଗୀ ସତ୍ୟପାଠରେ ତଥ୍ୟ ଲୁଚାଇଥିବା ଅଭିଯୋଗ ହୋଇଥିଲା। ତେବେ ଏହି ମାମଲାରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ବଡ଼ ଆଶ୍ବସ୍ତି ମିଳିଛି।

ଖବର ଅନୁସାରେ, ମିଥ୍ୟା ସତ୍ୟପାଠ ଅଭିଯୋଗ ନେଇ ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ, ଆବେଦନକାରୀ ଯଦୁନାଥ ସେଠୀଙ୍କ ତରଫରୁ ଦାୟର ନିର୍ବାଚନୀ ମୋକଦ୍ଦମାକୁ ହାଇକୋର୍ଟ ସୋମବାର ଖାରଜ କରି ଦେଇଛନ୍ତି। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ କେହି ଉପସ୍ଥିତ ନଥିଲେ। ଆବେଦନକାରୀ ଅନୁପସ୍ଥିତ ଥିବାରୁ ଘଟଣାକୁ ହାଇକୋର୍ଟ ବିଚାରକୁ ନେଇ ହାଇକୋର୍ଟ ନିର୍ବାଚନୀ ମାମଲାକୁ ଖାରଜ କରିଛନ୍ତି। ପୂର୍ବରୁ ଏପ୍ରିଲ ୧୩ ଓ ୧୪ରେ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ କେହି ଉପସ୍ଥିତ ନଥିଲେ।

Leave A Reply

Your email address will not be published.