Odisha Link
Bridging the Missing Links in Odisha

ପଡ଼ୋଶୀର ଶବ ଦାହ ବେଳେ ଚାଲିଗଲା ଯୁବକଙ୍କ ଜୀବନ

ମୃତ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ ଦୁଃଖର ଛାୟା ଖେଳିଯାଇଛି।

ଓଏଲ୍‌ ବ୍ୟୁରୋ: ଯାଜପୁର ବାରୁଣୀ ଶ୍ମଶାନ ଘାଟରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଶବ ଦାହ ପାଇଁ ଯାଇ ବୈତରଣୀରେ ବୁଡ଼ି ଗଲେ ଯୁବକ। ବାରୁଣୀ ଶ୍ମଶାନ ଘାଟରେ ପଡ଼ୋଶୀର ଶବ ଦାହ ବେଳେ ଏହି ଅଘଟଣ ଘଟିଛି। ଶବ ଦାହ କରି ବୈତରଣୀରେ ଗାଧୋଇବା ବେଳେ ବୁଡ଼ି ଯୁବକଙ୍କ ଜୀବନ ଚାଲିଯାଇଛି। ତେବେ ମୃତ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ ଦୁଃଖର ଛାୟା ଖେଳିଯାଇଛି। କେବଳ ଯୁବକଙ୍କ ମୃତ୍ୟୁରେ ପରିବାର ଲୋକେ ନୁହେଁ ବରଂ ତାଙ୍କ ସହିତ ଗ୍ରାମବାସୀମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.