Odisha Link
Bridging the Missing Links in Odisha

ଶଙ୍ଖ ଭବନ ସୁନ୍ଦର ହୋଇଛି: ତଥାଗତ ସତପଥୀ

ଭୁବନେଶ୍ବର: ନିଜର ରାଜନୈତିକ ଭବିଷ୍ୟତକୁ ନେଇ ଚର୍ଚ୍ଚାରେ ପୂର୍ବତନ ସାଂସଦ ତଥାଗତ ସତପଥୀ। ଗତବର୍ଷ ତଥାଗତ ସତପଥୀ ଏକ ବଡ଼ ବୟାନ ରଖିଥିଲେ। ସେ କହିଥିଲେ, ୨୦୧୯ ମେ’ ୩୦ ତାରିଖ ପରଠାରୁ ଆଉ ସିଏ ବିଜେଡିରେ ନାହାଁନ୍ତି। ଅନ୍ୟପଟେ ଆଜି ବିଜୁ ଜନତା ଦଳର ନୂତନ ରାଜ୍ୟ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବରେ ଢେଙ୍କାନାଳର ପୂର୍ବତନ ସାଂସଦ ତଥାଗତ ସତପଥୀଙ୍କୁ ଦେଖିବାକୁ ମିଳିଛି।

ସୂଚନାଥାଉକି, ଗତବର୍ଷ ମେ’ ୨୨ ତାରିଖରେ ଢେଙ୍କାନାଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତଥାଗତ ସତପଥୀ କହିଥିଲେ, ୨୦୧୯ ମେ’ ୩୦ ତାରିଖ ପରଠାରୁ ଆଉ ସିଏ ବିଜେଡିରେ ନାହାଁନ୍ତି। ଏବେ ସେ ଜଣେ ସ୍ୱାଧୀନ ନାଗରିକ ଭାବେ ସ୍ୱାଧୀନ ଚିନ୍ତା କରିପାରିବେ। ୨୦୧୯ରେ ନିର୍ବାଚନ ଲଢିବେନି ବୋଲି ଗଣମାଧ୍ୟମରେ ଖୋଲାଖୋଲି ପ୍ରତିକ୍ରିୟା ରଖିଥିଲେ।

ସେହିପରି ୨୦୨୨ ନଭେମ୍ବର ୧୯ ତାରିଖରେ ରାଜନୀତିରୁ ସନ୍ନ୍ୟାସ ନେବେ ନା ରାଜନୀତିରେ ରହିବେ ନେଇ ସାମ୍ବାଦିକ ପ୍ରଶ୍ନ କରିଥିଲେ ତଥାଗତ ସତପଥୀଙ୍କୁ। ସେ ଏହାର ଉତ୍ତରରେ କହିଥିଲେ ଯେ, ରାଜନୀତି ମୁଁ ଛାଡ଼ିଲେ, କ’ଣ ରାଜନୀତି ମୋତେ ଛାଡ଼ିବ? ରାଜନୀତିରୁ ସନ୍ନ୍ୟାସ ନେବାର ପ୍ରଶ୍ନ ଉଠୁନାହିଁ ବୋଲି ତଥାଗତ ସତପଥୀ କହିଥିଲେ।

ଆଜି ବିଜେଡିର ନୂତନ ଦଳୀୟ କାର୍ଯ୍ୟାଳୟ “ଶଙ୍ଖ ଭବନ” ଉଦ୍‌ଘାଟନ ସଭାରେ ସେ ଯୋଗଦେବା ସହ ଦଳର ଅନ୍ୟ ନେତୃବୃନ୍ଦଙ୍କ ସହ ହସଖୁସି କରୁଥିବାର ଦେଖାଯାଇଛି। ବିଜୁ ଜନତା ଦଳରେ ସେ ଏବେ ବି ଅଛନ୍ତି ବୋଲି ଏଥିରୁ ଅନୁମାନ କରାଯାଇପାରେ। ଅନ୍ୟପଟେ ଗଣମାଧ୍ୟମକୁ ତଥାଗତ କହିଛନ୍ତି, ମୋତେ ବିଜେଡି ସଭାପତି ନିମନ୍ତ୍ରଣ କରିଥିଲେ। ମୁଁ ନିର୍ଦ୍ଦଳୀୟ ଭାବେ ଓ ଜଣେ ସାମ୍ବାଦିକ ହିସାବରେ ଆସିଥିଲି ବୋଲି କହିଛନ୍ତି ତଥାଗତ। ଏଥିସହିତ ସେ ଆହୁରି କହିଛନ୍ତି, ମୁଁ କୌଣସି ଦଳରେ ନାହିଁ। ଶଙ୍ଖ ଭବନ ସୁଦ୍ଦର ହୋଇଛି । ବହୁତ ଭଲ ଲାଗିଲା।

Leave A Reply

Your email address will not be published.