Odisha Link
Bridging the Missing Links in Odisha

ବାଲୁକା କଳାରେ ସଚିନ ତେନ୍ଦୁଲକରଙ୍କୁ ୫୦ତମ ଜନ୍ମଦିନର ଶୁଭେଚ୍ଛା

ପୁରୀରେ ବାଲୁକା କଳା ମାଧ୍ୟମରେ ୫୦ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

ଓଏଲ୍‌ ବ୍ୟୁରୋ: ଭାରତର କିମ୍ବଦନ୍ତୀ କ୍ରିକେଟ ଖେଳାଳି ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ଆଜି ଜନ୍ମଦିନ। ଆଜି ୫୦ ବର୍ଷରେ ପାଦ ଥାପିଛନ୍ତି ଗଡ୍ ଅଫ୍‌ କ୍ରିକେଟ ସଚିନ ତେନ୍ଦୁଲକର। ସେ ୧୯୭୩ ଏପ୍ରିଲ୍‌ ୨୪ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ମୈଦାନରୁ ଆଉଟ, ଫ୍ୟାନସଙ୍କ ହୃଦୟରେ ସେ ସର୍ବଦା ନଟଆଉଟ୍। ବିଭିନ୍ନ ସ୍ଥାନରୁ ପ୍ରଶଂସକଙ୍କ ଛୁଟିଲା ଶୁଭେଚ୍ଛାର ସୁଅ। ପୁରୀରେ ବାଲୁକା କଳା ମାଧ୍ୟମରେ ୫୦ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

ଭାରତୀୟ କ୍ରିକେଟ୍ ଟିମର ମହାନ କ୍ରିକେଟର ସଚିନ ତେନ୍ଦୁଲକର ମାତ୍ର ୧୬ ବର୍ଷ ବୟସରେ ଆନ୍ତର୍ଜାତୀୟ କ୍ରିକେଟରେ ପାଦ ଦେଇଥିବା ସଚିନ୍ ତିନି ଦଶନ୍ଧିରୁ ଅଧିକ ସମୟ ଧରି କ୍ରିକେଟରେ ରାଜ କରିଥିଲେ। ଏହି କାରଣରୁ ଲୋକେ ସଚିନଙ୍କୁ “କ୍ରିକେଟର ଭଗବାନ” ବୋଲି ଆଖ୍ୟା ମିଳିଛି। କ୍ରିକେଟ୍ ମଇଦାରେ ସଚିନ କେତେ ଯେ ରେକର୍ଡ କରିଛନ୍ତି ତାହାର ହିସାବ କାହା ପାଖରେ ମଧ୍ଯ ନାହିଁ। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ତାଙ୍କ କ୍ରିକେଟ୍ କ୍ୟାରିୟର ମଧ୍ଯରେ ଅନେକ ବିଶ୍ୱ ରେକର୍ଡ କରିଥିଲେ, ଯାହା ଆଜି ବି ଅବିସ୍ମରଣୀୟ।

କ୍ରିକେଟରେ ସଚିନ୍‌ ବେଶ୍‌ ଖ୍ୟାତି ହାସଲ କରିପାରିଛନ୍ତି। ୧୯୯୫ରେ ସେ ନିଜଠାରୁ ୫ ବର୍ଷ ବଡ଼ ଡାକ୍ତର ଅଞ୍ଜଳିଙ୍କୁ ବିବାହ କରିଥିଲେ। ୨୫୯ ଏକଦିବସୀୟ ଇନିଂସ୍‌ରେ ୧୦ ହଜାର ରନ୍‌ ସଂଗ୍ରହ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ସେ ୩୦ ହଜାରରୁ ଅଧିକ ରନ୍‌ ସଂଗ୍ରହ କରି ଏକ ରେକର୍ଡ କରିଛନ୍ତି। ଖେଳରେ ଉଲ୍ଳେଖନୀୟ ଅବଦାନ ପାଇଁ ୧୯୯୪ ତାଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ୧୯୯୭ରେ ରାଜୀବ ଗାନ୍ଧୀ ଖେଳ ରତ୍ନ, ୧୯୯୯ରେ ପଦ୍ମଶ୍ରୀ ଏବଂ ୨୦୦୮ରେ ପଦ୍ମ ବିଭୁଷଣରେ ସମ୍ମାନୀତ କରାଯାଇଥିଲା। ସେ ପ୍ରଥମ ବ୍ୟକ୍ତି ଯିଏକି ରଣଜୀ,ଇରାନୀ ଓ ଦୁଲିପ୍ ଟ୍ରଫିରେ ଶତକ ହାସଲ କରିଛନ୍ତି।

Leave A Reply

Your email address will not be published.