Odisha Link
Bridging the Missing Links in Odisha

ଅସହ୍ୟ ତାତିରୁ ମିଳିବ ତ୍ରାହି, ରାଜ୍ୟର ୪ ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା

ଆଜି ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି।

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କାଳବୈଶାଖୀ ପ୍ରଭାବ। ଅସହ୍ୟ ତାତିରୁ ମିଳିବ ତ୍ରାହି। କାଳବୈଶାଖୀ ପ୍ରବାହରେ ରାଜ୍ୟରେ ଆସନ୍ତା ୨୬ ତାରିଖ ଯାଏଁ ବର୍ଷା ହେବାର ଆଶଙ୍କା ରହିଛି। ୨୬ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ। ଆଜି ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ବିଜୁଳି ଘଡ଼ଘଡ଼ି ସହ ଝଡ଼ ପବନ ଓ କୁଆପଥର ବର୍ଷା ହେବାର ଆଶଙ୍କା ରହିଛି।

କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ହୁ ହୁ ହୋଇ ବଢୁଥିବା ତାପମାତ୍ରାରେ ନିୟନ୍ତ୍ରଣ ଆସିଯାଇଛି। କାଳବୈଶାଖୀର ପ୍ରଭାବରେ କଟକ, ଭୁବନେଶ୍ୱର ସମେତ ଆଉ କିଛି ଜିଲ୍ଲାରେ ଥଣ୍ଡା ପବନ ଅନୁଭୂତ ହୋଇଛି। ଗତକିଛି ଦିନ ହେବ ଲାଗିରହିଥିବା ଭୀଷଣ ଗ୍ରୀଷ୍ମ ପ୍ରବାହରୁ ତ୍ରାହି ମିଳିବ ବୋଲି ଆଶା ରହିଛି। ଲାଗି ରହିଥିବା ଗ୍ରୀଷ୍ମ ପ୍ରବାହରେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଥିଲା। ପାଣିପାଗ ବିଭାଗର ଆକଳନ ଅନୁସାରେ ଯଦି କାଳବୈଶାଖୀ ପ୍ରବାହରେ ବର୍ଷା ହୁଏ ତେବେ ତାତିରୁ ତ୍ରାହି ମିଳିବ।

Leave A Reply

Your email address will not be published.