Odisha Link
Bridging the Missing Links in Odisha

ବିଜେପି ରକ୍ତରେ ହିଂସା ପ୍ରବାହିତ ହେଉଛି: ବିଜେଡି ବିଧାୟକ

ବିଜେପି କେବଳ ରାଜନୈତିକ ଆକ୍ରୋଶ ରଖି ଏଭଳି ମନ୍ତବ୍ୟ ଦେଉଛି।

ଓଏଲ୍‌ ବ୍ୟୁରୋ: ସମ୍ବଲପୁରରେ ହିଂସା ପରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ପ୍ରଥମେ ବିଜେଡିକୁ ହିନ୍ଦୁ ବିରୋଧୀ କହିଥିଲେ ବିଜେପି ନେତା। ଏହା ପରେ ବିଜେଡି ବିଧାୟକ ପର୍ଶୁରାମ ଧଡା ବିଜେପିକୁ ନେଇ ଜବାବ ରଖି କହିଛନ୍ତି, ବାସ୍ତବରେ ବିଜେପି ରକ୍ତରେ ହିଂସା ପ୍ରବାହିତ ହେଉଛି। ଦେଶରେ ଯେଉଁ ଯେଉଁ ସ୍ଥାନରେ ଦଙ୍ଗା ହୋଇଛି ତାହା ସବୁ ବିଜେପି ଦ୍ୱାରା ହିଁ ହୋଇଛି। ବିଜେଡି ନାଁରେ କେବଳ ମିଥ୍ୟା ଆରୋପ କରୁଛି ବିଜେପି। ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ କଥା। ବିଜେଡି ହିନ୍ଦୁ ବିରୋଧୀ ବୋଲି ପ୍ରଥମ ଥର ମୁଁ ଶୁଣୁଛି। ବିଜେଡିରେ ହିନ୍ଦୁ ଅଛନ୍ତି ଆଉ ବିଜେପିରେ ବି ଅଛନ୍ତି। ଧର୍ମକୁ ନେଇ ରାଜନୀତି କରିବା ଠିକ ନୁହେଁ।

ବିଜେଡି ସରକାର ହିଂସାକାରୀଙ୍କୁ ପ୍ରଶୟ ଦେଉଛି ବୋଲି ବିଜେପି ଯାହା କହୁଛି ତାହା ସମ୍ପୂର୍ଣ୍ଣ ଭୁଲ। ବିଜେଡି କେବେ ବି ହିଂସା କୁ ପ୍ରଶୟ ଦେଇନି। ଇତିହାସ ଦେଖିଲେ ଜାଣିପାରିବେ, ରାଜ୍ୟରେ କେତେ ଦଙ୍ଗା ହୋଇଛି ଏବଂ କେତେ ଦୃଢ଼ତାର ସହ ମୁଖ୍ୟମନ୍ତ୍ରୀ ତାକୁ ପ୍ରତିହତ କରିଛନ୍ତି। ବିଜେପି କେବଳ ରାଜନୈତିକ ଆକ୍ରୋଶ ରଖି ଏଭଳି ମନ୍ତବ୍ୟ ଦେଉଛି। ଏକଥା ଓଡ଼ିଶାବାସୀ ବେଶ ଭଲ ଭାବରେ ଜାଣିଛନ୍ତି। ଏହାପୂର୍ବରୁ ବିଜେଡିକୁ ନେଇ ବିଜେପି ନେତା ସମୀର ମହାନ୍ତି କହିଥିଲେ, ବିଜେଡି ସବୁବେଳେ ହିନ୍ଦୁ ବିରୋଧୀ ମାନସିକତା ପ୍ରତିପୋଷଣ କରିଛି।

Leave A Reply

Your email address will not be published.